ସ୍ବଚ୍ଛତା ହିଁ ସେବା ବାର୍ତ୍ତା ନେଇ ମହଲପଡା ପଞ୍ଚାୟତ ଗ୍ରାମ ପଞ୍ଚାୟତ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ


କୋଣାର୍କ - କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ୧୪ ଗ୍ରାମରେ ସ୍ବଚ୍ଛତା ହିଁ ସେବାର ବାର୍ତ୍ତା ନେଇ ଅଙ୍ଗନବାଡି କର୍ମୀ, ଆଶ କର୍ମୀ ସହାୟିକା ଓ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ୧୪ଗୋଟି ଗ୍ରାମରେ ଜନସାଧାରଣ ମାନଙ୍କୁ ଡେଙ୍ଗୁ, ମ୍ଯାଲେରିଆ ଓ ବିଭିନ୍ନ ପ୍ରକାର ରୋଗର ନିରାକରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅଳିଆ ଆବର୍ଜନା ଓ ଅନାବନା ଗୁଡିକ ଅଙ୍ଗନବାଡି କର୍ମୀ, ସହାୟିକା, ଆଶା କର୍ମୀ ଓ ମହିଳା ସ୍ଵୟଂ ଗୋଷ୍ଠୀର ସଦସ୍ୟା ମାନଙ୍କ ଦ୍ଵାରା ସଫେଇ କରାଯାଇଥିଲା। ବ୍ଯକ୍ତିଗତ ସ୍ବଚ୍ଛତା ଓ ପରିଛନ୍ନତା ଉପରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ସ୍ବଚ୍ଛତା ହିଁ ସେବା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମହଲପଡା ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ମହିଳା ମହାସଂଘର ସଦସ୍ୟା ମାନେ ପରିଚାଳନା କରିଥିଲେ।

Post a Comment

Previous Post Next Post