କେଟି ମେରାଇନ ପକ୍ଷରୁ ରକ୍ତଦାନ ଶିବିର ୧୮ରେ


ବାଲେଶ୍ୱର, ୧୦/୮(ଲକ୍ଷ୍ମୀଧର ବାରିକ): ବାଲେଶ୍ବର ସହର ପଟାପୁଲଛକ ସ୍ଥିତ କେଟି ମେରାଇନ ସ˚ସ୍ଥା ପକ୍ଷରୁ ଆସନ୍ତା ୧୮ତାରିଖରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ପଟାପୁଲ ଛକ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏନେଇ କେଟି ମେରାଇନର ପ୍ରୋପାଇଟର ଏମଡି ମୋଇନୁଲ ଇସଲାମ୍‌ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ କେଟି ମେରାଇନର ପ୍ରତିଷ୍ଠାତା ତାଇବୁନ ଇସଲାମ, ନିଶାଦ ଆଫ୍ରିନ, ଶେଖ ନସିମ ଅଖତର, ଶେଖ ଜିଆଉଲ୍ଲ ହୁସେନ, ନିୟାଜୁଦ୍ଦିନ ଖାଁ, ସେକ ଜମାଲ, ସେକ ଅନସାର(ଚିଣ୍ଟୁ), ସେକ ସଲିମ, ଇଫତିକାର ହୁସେନ,ସଦାଶିବ ସାହୁ, ନିହାର ରଞ୍ଜନ ମହାପାତ୍ର, ସରୋଜ ନାୟକ, ସମ୍ବାଦ ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ, ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ପ୍ରମୁଖ ଉପସ୍ଥିତ ରହି ଶିବିର ସଫଳତା ନିମନ୍ତେ ଆଲୋଚନା କରିଥିଲେ। ଏହି ଶିବିର ସକାଳ ୮.୩୦ ମିନିଟରେ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗାଦେଇ ରକ୍ତଦାନ କରିବା ପାଇଁ ସଂସ୍ଥା ପକ୍ଷରୁ ନିବେଦନ କରିଛନ୍ତି।

Post a Comment

Previous Post Next Post