କେଟି ମେରାଇନ ପକ୍ଷରୁ ମେଗା ରକ୍ତଦାନ ଶିବିର


ଚାନ୍ଦିପୁର,୨୦/୮(ଲକ୍ଷ୍ମୀଧର ବାରିକ): ବାଲେଶ୍ବର ସଦର ବ୍ଲକ ଚାନ୍ଦିପୁର ପୋଲଛକ ସ୍ଥିତ କେଟି ମେରାଇନ ସ˚ସ୍ଥା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। କେଟି ମେରାଇନର ପ୍ରୋପାଇଟର ମହମ୍ମଦ ମୋଇନୁଲ ଇସଲାମ୍‌ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ କେଟି ମେରାଇନର ପ୍ରତିଷ୍ଠାତା ତାଇବୁନ ଇସଲାମ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ସମାଜସେବୀ ନିଶାଦ ଆଫ୍ରିନ, ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ରକ୍ତଦାତା ସଂଘର ସମ୍ପାଦକ ଇଂ ହୃଷୀକେଶ ସାହୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ୱରେ ଏହି ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରୁ ୧୩୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେକ ଅନସାର(ଚିଣ୍ଟୁ), ନିୟାଜୁଦ୍ଦିନ ଖାଁ, ଇଫତିକାର ହୁସେନ, ସରୋଜ ନାୟକ, ନିହାର ରଞ୍ଜନ ମହାପାତ୍ର, ସଦାଶିବ ସାହୁ, ଶେଖ ନସିମ ଅଖତର, ଶୁଭ୍ରାଂଶୁ ବେହେରା, ଶେଖ୍ ନୌସାଦ, ଶେଖ ଜିଆଉଲ୍ଲ ହୁସେନ, ସେକ ଜମାଲ, ସେକ ମାସୁମ, ପ୍ରତାପ କୁମାର ଦାସ, ଆଲୋକ ମହାନ୍ତି, ୱାସିମ ଖାଁ, ଦିଲବାର ଖାଁ, ଅର୍ଜୁନ ଓଝା, ସମ୍ବାଦର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ, ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ, ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ଶିବିରକୁ ପରିଚାଳନା କରିଥିବା ବେଳେ ସଂସ୍ଥାର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

Post a Comment

Previous Post Next Post