ଗୋ ବନ୍ଧ୍ୟା ଚିକିତ୍ସା ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ


କୋମନା : (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଗ୍ରାମପଞ୍ଚାୟତ ସ୍ଥାନୀୟ ପ୍ରାଣୀସମ୍ପଦ ବିକାଶ କାର୍ଯ୍ୟାଳୟ ଠାରେ ପଶୁଧନ ଜାଗୃତି ଅଭିଯାନ ରାଷ୍ଟୀୟ ଗୋକୁଳ ମିଶନ ଆନୁକୂଲ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ନୂଆପଡା ସୌଜନ୍ୟରେ ଗୋବନ୍ଧ୍ୟା ଚିକିତ୍ସା ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛିl.ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଶାରଦା ପ୍ରସାଦ ସିଂ ବରିହା ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ବିକାଶ ଅଧିକାରୀ,ନୂଆପଡା ଓ ସମ୍ମାନିତ ଅତିଥି ଭାବେ ଡାକ୍ତର କିଶୋର କୁମାର ସାହୁ ଏସ ଡି ଭି ଓ, ଡାକ୍ତର ବାଳକୃଷ୍ଣ ଦ୍ବିବେଦୀ ଏଡି ଭିଓ ଡି, ସି, ଡାକ୍ତର ରୁଦ୍ର ନାରାୟଣ ସାହୁ ଵି ଭି ଓ କୋମନା, ଡାକ୍ତର ପାର୍ଥ ସାରଥୀ ଦୋରା, ଡାକ୍ତର ସଂଗ୍ରାମ କେଶରୀ ବେହେରା, ଡାକ୍ତର ପଣଲିଭା ସାହୁ, ଡାକ୍ତର ସତ୍ୟ ରଞ୍ଜନ ବାରିକ, ଡାକ୍ତର ରଞ୍ଜନମୟୀ ଶବର, ଶ୍ରୀବନ୍ତ କୁମାର ପାଢ଼ୀ, କିରଣ କୁମାର ପ୍ରଧାନ, ଆନନ୍ଦ ମୋହନ ସେଠି, ମନୋଜ ବିଶି ସହ ଶହ ଶହ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ଥିଲେ.!ରାଜ୍ୟ ସରକାର ସମସ୍ତ ପଶୁ ସମ୍ପଦର ବିକାଶ ପାଇଁ ପଶୁ ସମ୍ପଦ ବିଭାଗ ରହିଛି। ଗାଈକୁ ଗୋମାତା ଭାବେ ହିନ୍ଦୁମାନେ ପୂଜା କରନ୍ତି। ଗାଈର ଗୋବରକୁ ଅପବିତ୍ର ସ୍ଥାନକୁ ଶୁଦ୍ଧ ପବିତ୍ର କରିବା ପାଇଁ ବ୍ୟବହାର କରାଯାଏ, ତେଣୁକରି ଗାଈଗୋରୁ ମାନଙ୍କର ଯତ୍ନ ନେବା ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ। ଗାଈ ଆମକୁ କ୍ଷୀର, ଛେନା, ଲହୁଣୀ, ଘିଅ ପ୍ରଦାନ କରିଥାଏ.,ଗାଈର ଗୋବରକୁ ଜମିରେ ପ୍ରୟୋଗ କଲେ ଭଳ ଅମଳ ହୋଇଥାଏ. ତେଣୁକରି ଗାଈର ଉପଯୁକ୍ତ ଯତ୍ନ, ଚିକିତ୍ସା ଓ ଠିକ ସମୟରେ ଖାଦ୍ୟ ଦେବା ଉଚିତ। ସେମାନଙ୍କ ଅସୁବିଧା ହେଲେ ପଶୁ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରାଇବା ଦରକାର. ତେବେ ଯାଇ ଗୋ ମାତା ବା ଗାଈ ଓ ଅନ୍ୟାନ୍ୟ ପ୍ରାଣୀ ସମ୍ପଦର ବିକାଶ ସାଧନ ହୋଇପାରିବ।

Post a Comment

Previous Post Next Post