ସିନାପାଲି: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କୃଷ୍ଣ ,ବଳରାମ, ରାଧା ଯଶୋଦା, ଦେବକୀ, ବସୁଦେବ, ସୁଦାମା ଆଦି ପୌରାଣିକ ବେଶରେ ପ୍ରାୟ ୨୨୦ ଜଣ ଶିଶୁ ଭାଇଭଉଣୀ ସଜ୍ଜିତ ହେବ ମୁଖ୍ଯ ଆକର୍ଷଣ ଥିଲା। କାର୍ଯ୍ଯକ୍ରମର ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ପଟେଲ ଯୋଗଦେଇ ଜନ୍ମାଷ୍ଟମୀର ମହତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଚରଣ ନେତାମ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିବା ବେଳେ ପଞ୍ଚାନନ ନାୟକ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ହୃଦାନନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସୁସଜ୍ଜିତ ଟ୍ରାକ୍ଟର ମାନଙ୍କରେ ବେଶଧାରୀ ଶିଶୂ ଭାଇଭଉଣୀଙ୍କୁ ବସାଇ ଏକ ଭବ୍ଯ ଶୋଭାଯାତ୍ରାରେ ସିନାପାଲି ନଗର ପରିକ୍ରମା କରାଯାଇଥିଲା । ଏହି ପରିକ୍ରମା ସମୟରେ ବିଭିନ୍ନ ଛକରେ ଶିଶୁଙ୍କ ଦ୍ୱାରା ଦଧିହାଣ୍ତି ଭଙ୍ଗା ଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ ଶୋଭାଯାତ୍ରାକୁ ବନ୍ଦାପନା କରି ସ୍ବାଗତ କରିଥିଲେ । କାର୍ଯ୍ଯକ୍ରମ ସଫଳତାରେ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ସହଯୋଗ କରିଥିଲେ । ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment