ଅସ୍ତରଙ୍ଗ ୨୭/୦୮(ଆଜତକ୍ ଓଡ଼ିଶା) ଯାନ୍ତ୍ରିକ ତ୍ରୁଟି ହେତୁ ଦେବୀ ନଦୀ ମୁହାଣ ରେ ଅଟକିଥିବା ଦୁଇଟି ଟ୍ରଲର ଓ ସମସ୍ତ ମତ୍ସ୍ୟ ଜୀବି ସୁରକ୍ଷିତ ଭାବେ ନୂଆଗଡ ଜେଟି ରେ ପହଁଚିଲା। ଟ୍ରାଏଲ ରନ ରେ ଯାଇଥିବା ଦୁଇଟି ଟ୍ରଲର ମା କାଳୀ ଓ ମା ପାର୍ବତୀ ଯାନ୍ତ୍ରିକ ତ୍ରୁଟି ହେତୁ ଅସ୍ତ ରଙ୍ଗ ଦେବୀ ନଦୀ ମୁହାଁଣ ନିକଟରେ ରେ ଗତ ଶନିବାର ଦିନ ଠାରୁ ଅ ଟକି ଥିଲା. ରାଜ୍ୟ ମତ୍ସ୍ୟ ବିଭାଗ ର ଯୁଗ୍ମ ନିର୍ଦେଶକ ମୁରଲୀଧର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ ବଧାନରେ, ରମେଶ ଚନ୍ଦ୍ର ରାଉଳ, ଅତିରିକ୍ତ ମତ୍ସ୍ୟ ଅଧିକାରୀ, ସାମୁଦ୍ରିକ, ପୁରୀ, ସତ୍ୟବ୍ରତ ଦାଶ ସହକାରୀ ମତ୍ସ୍ୟ ଅଧିକାରୀ, ଅସ୍ତରଙ୍ଗ, ସାଗରମିତ୍ର, ସାମୁଦ୍ରିକ ପୋଲିସ ଓ ବୋଟ ମାଲିକ ମାନଙ୍କ ର ସହଯୋଗ ରେ ଆଜି ଉକ୍ତ ବୋଟ ଦୁଇଟି ଓ ସେଥିରେ ଥିବା ସମସ୍ତ ମତ୍ସ୍ୟ ଜୀବି ୧୬ ଜଣ ସୁରକ୍ଷିତ ଭାବେ ନୂଆଗଡ ଜେଟି ରେ ପହଂଚି ଛି. ସମସ୍ତ ମତ୍ସ୍ୟ ଜୀବି ମାନଙ୍କର ସ୍ୱାସ୍ଥ୍ୟ ବସ୍ଥା ଭଲ ଅଛି.ଯାଞ୍ଚ ସମୟରେ ଦେଖାଗଲା ଯେ ବୋଟ ରେ କୌଣସି ବରଫ ଓ ମାଛ ନଥିଲା. ବୋଟ ମାଲିକ ଓ ବୋଟ କର୍ମଚାରୀ ମାନଙ୍କ କହିବା ଅନୁସାରେ,ଏହା ନିଶ୍ଚିତ ଯେ ବୋଟ ମାଛ ଧରିବାକୁ ସମୁଦ୍ରକୁ ଯାଇନଥିଲା. ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀ ରାଉଳ ଏହି ସୂଚନା ପ୍ରଦାନ କରିଛନ୍ତି।
ଉଦ୍ଧାର ହେଲେ ଦୁଇଟ୍ରଲର
ଆଜତକ ଓଡ଼ିଶା
0
Post a Comment