ସୁବର୍ଣ୍ଣପୁର (ଗଣପତି ବାଘ) ଆସୁଛି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଁଖାଇ। ଏଥି ପାଇଁ ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ତଥା ଗଡଜାତ(ବୌଦ୍ଧଜିଲ୍ଲାର ପଞ୍ଚରା ଅଞ୍ଚଳ) ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ସୋନପୁର ସହର ର ସ୍ଥାନିୟ ବଡ଼ ଜଗନ୍ନାଥଙ୍କ ମନ୍ଦିର ପରସରରେ ଥିବା ମୁକ୍ତିମଣ୍ଡପରେ ପଣ୍ଡିତ ମହାସଭାରେ ଧାର୍ଯ୍ୟ ହୋଇଛି ଚଳିତ ବର୍ଷର ନବାର୍ଣ୍ଣ ଲଗ୍ନ । ଆସନ୍ତା ସେପ୍ଟେମ୍ବର ୮ ତାରିଖ ପଞ୍ଚମୀ ତିଥିରେ ସକାଳ ୯.୨୩ ରୁ ୯.୩୭ ମି ମଧ୍ୟରେ ନବାର୍ଣ୍ଣ ଲାଗି ହେବା ପାଇଁ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ ହୋଇଯାଇଛି । ସେହିପରି ସକାଳ ୮ ଟା ରୁ ୮.୫୭ ମିନିଟ ମଧ୍ୟେ ସମଲେଶ୍ବରୀ ମନ୍ଦିରରୁ ସୁରେଶ୍ବରୀ ମନ୍ଦିରକୁ ପାହୁର ଶୋଭାଯାତ୍ରା ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି। ଏଥି ପାଇଁ ପୌର ପ୍ରଶାସନ ପକ୍ଷରୁ ପଣ୍ଡିତ ମହାସଭା ଡକାଇ ଲଗ୍ନ ନିର୍ଣ୍ଣୟ କରାଯାଇଛି। ଏହି ଲଗ୍ନ ଅନୁସାରେ ସୋନପୁର ଗଡ଼ଜାତ ସମେତ ପଞ୍ଚରା ଅର୍ଥାତ୍ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳ ନୂଆଖାଇ ଥାନ୍ତି । ଆଗରୁ ଏହି ଲଗ୍ନ ନିର୍ଣ୍ଣୟ ରାଜା କରୁଥିବାବେଳେ ଏବେ ପୌର ପରିଷଦ ଏହାର ଦାୟିତ୍ବ ନେଇଛି ।
ସୁବର୍ଣ୍ଣପୁର ଗଡଜାତ ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ
ଆଜତକ ଓଡ଼ିଶା
0
Post a Comment