ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତଥା ଆଖ ପାଖ ଅଞ୍ଚଳରେ ବେଆଇନ ରୋହିଙ୍ଗା ଓ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ତୁରନ୍ତ ସ୍ଥାନାନ୍ତରିତ କରିବାକୁ ହିନ୍ଦୁ ସମାଜ ପକ୍ଷରୁ ଖଡ଼ିଆଳ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଖଡ଼ିଆଳର ନାଇଡୁ ପ୍ୟାଲେସ, ସାହୁପଡା, ୱାର୍ଡ ନଂ ୫ ମସଜିଦ ପଡ଼ା, କବରସ୍ଥାନ ରାଣୀପୁର, ୱାର୍ଡ ନଂ ୨ ସତନାମୀପଡ଼ା, ଆଶା ଲଜ୍, ଗଡ୍ରାମୁଣ୍ଡା ଫୋକଟପଡ଼ାରେ ସେମାନେ ଘର ଭଡ଼ା ନେଇ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ଏହି ବ୍ୟକ୍ତିମାନେ ଖଡ଼ିଆଳ ଅଞ୍ଚଳରେ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେମାନଙ୍କୁ ଚିହ୍ନଟ କରି ୩ ଦିନ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ହିନ୍ଦୁ ସମାଜ ପକ୍ଷରୁ ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ ଉତ୍କଳ ଗୁପ୍ତା, ପୃଥୀରାଜ ମହାନ୍ତି, ସଞ୍ଜୟ ତିୱାରୀ, ସୁରେଶ ହଟବାର, ବିନୋଦ ଅଗ୍ରୱାଲ, ଅକ୍ଷୟ ନନ୍ଦ, ଅରବିନ୍ଦ ବେହେରା, ସଞ୍ଜୟ ବଂଶଲ ଉପସ୍ଥିତ ଥିଲେ। ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ ଧରୁଆ କହିଛନ୍ତି, ଆଗାମୀ ଦିନରେ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ। ତେବେ ଏଥିରେ ସ୍ଥାନୀୟ ପ୍ରଶାସନର ସହଯୋଗ ଦରକାର ବୋଲି ପ୍ରକାଶ
କରିଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment