ନୂଆପଡା ଜିଲ୍ଲା ଗୋଡଫୁଲା ପଂଚାୟତ କାଯ୍ୟାଳୟ ରେ ଘରୋଇ ଠିକା ଡାକ୍ତର ଖାନା କର୍ମଚାରୀ ଙ୍କ ଜିଲ୍ଲା ସ୍ତରିୟ ବୈଠକ ଅନୁଷ୍ଠିତ। ଜିଲ୍ଲା ର ସମସ୍ତ ଡାକ୍ତରଖାନା ର ସିକୁରିଟି ଗାର୍ଡ ଠାରୁ ନେଇ ହାଉସକିପିଂ କର୍ମଚାରୀ, ଏଟେଣ୍ଡେଟ ଘରୋଇ ଠିକା କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ବୈଠକ ଜିତେନ୍ଦ୍ର ନାଥ ସାହୁ ରେ ଅଧ୍ୟକ୍ଷତା କରିଥିବା ବେଳେ ସିଆଇଟିୟୁ ର ସାଧାରଣ ସଂପାଦକ ଟୁଲୁ ବାବୁ କର୍ମଚାରୀଙ୍କ ହକ ଅଧିକାର, ସାମାଜିକ ସୁରକ୍ଷା, ଇପିଏଫ ଓ ଇଏସଆଇ ଉପରେ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟତ ଚାରିଗୋଟି ବିଷୟ ଉପରେ ଆଳୋଚନା ହୋଇ ଦରମା ଠିକ ସମୟ ପ୍ରଦାନ, ଇ ପି ଏଫ ଯୋଜନା କର୍ମଚାରୀଙ୍କ ଲାଗୁ, ଇ ଏସ ଆଇ କାର୍ଡ ପ୍ରଦାନ, ଓ ଓଡିଶା ସରକାର ଙ୍କ ଦୈନିକ ମଜୁରୀ ହିସାବରେ ଦରମା ବୃଦ୍ଧି ପାଇ ଦାବୀ କରିଛନ୍ତି। ଆସନ୍ତା ଦିନ ରେ ଏହି ଦାବୀ ନେଇ ସରକାରଙ୍କଠାରୁ ଉପସ୍ଥାପନ ପାଇଁ ନିଷ୍ପତ୍ତି ହୋଇଅଛି। ଜିଲ୍ଲା ଡାକ୍ତରଖାନା କର୍ମଚାରୀ ସଂଘ ନାମ କରଣ କରିଛନ୍ତି। ଏହି ବୈଠକ ରେ ନନ୍ଦ କିଶୋର ସାହୁ, ପଦ୍ମଲୋଚନ ଶବର, ନନ୍ଦ କୁମାର ଡୁଙ୍ଗରି, ଲଲିତ କୁମାର ମାଝି, କେଶବ ଦଲପତି, ଜତିନ୍ଦ୍ର ନାଏକ, କୁଳଦିପ ରାଉତ, ରତନଲାଲ ମାଝି, ମନରଂଜନ ବାରିକ, ମୋହର ରଣା, ଇନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment