ପବିତ୍ରୀ ମେଡିସିନ ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ୱର, ୨୮/୮ (ଲକ୍ଷ୍ମୀଧର ବାରିକ): ରେମୁଣା ଗଣେଶ୍ୱରପୁର ସ୍ଥିତ ପବିତ୍ରୀ ମେଡିସିନର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ରକ୍ତଦାନ ଶିବିର ଏମ ଡି ଇମ୍ପ୍ଲାମେଡିକ, ସୋମୁନ ଟ୍ରେଡରସ୍ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ସଂସ୍ଥା ପରିସରରେ ଅନୁଷ୍ଠିତ ହୋଇଥିଲା।ଶୁଭଙ୍କର ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ଫିକରୀମୋହନ ମେଡିକାଲ କଲେଜର ଅସ୍ତୀଶଲ୍ୟ ବିଭାଗର ଏସୋସିଏଟ ଫ୍ରଫେସର ଡାକ୍ତର ସରୋଜ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏମଡି ଇମ୍ପ୍ଲାମେଡିକ, ସୋମୁନ ଟ୍ରେଡରସ୍ ଓ ପବିତ୍ରୀର ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା, ସଞ୍ଜୟ ଦାସ ଓ ରକ୍ତ କେନ୍ଦ୍ରର ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ପଣ୍ଡା ପ୍ରଥମେ ରକ୍ତଦାନ କରି ଶୁଭାରାମ କରିଥିଲେ।

କ୍ୟାମ୍ପ ଶେଷରେ ଫ୍ରଫେଶର ଡାକ୍ତର ଟି ସୁରେଶ କୁମାର ଗୁପ୍ତା, ଡାକ୍ତର ବିଶ୍ୱଜିତ୍ ଦାଶ, ଡାକ୍ତର ସତ୍ୟବ୍ରତ ପ୍ରଧାନ, ଡାକ୍ତର ନୟନ ରଞ୍ଜନ ହାଁସଦା ଓ ମନୋଜ ସ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ଵରେ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରୁ ୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ତାରାପଦ ପ୍ରଧାନ, ବିଶ୍ୱଜିତ୍ ସାମନ୍ତ, ମଧୁସ୍ମିତା ବେହେରା, ମନୋଜ ଗନ୍ତାୟତ, ରେମୁଣା ସମ୍ବାଦ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପାଢ଼ୀ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ଏଥିରେ ସଂସ୍ଥାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Post a Comment

Previous Post Next Post