ବାହାର୍ଦ୍ଦା ଫାର୍ମ ହାଉସ ରେ ରାଜ୍ଯରେ ହେବାକୁ ଯାଉଥିବା ହାଇଜେନିକ ମାଛ ମଣ୍ଡି ର ସ୍ଥାନ ନିରୁପଣ କଲେ ସାଂସଦ


ବାଲେଶ୍ୱର,୨୮/୮ : ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ ବାହାର୍ଦ୍ଦା ରେ ରାଜ୍ୟର ସର୍ବ ବୃହତ୍ ହାଇଜେନିକ ମାଛ ଚାଷ ନିମନ୍ତେ ଏକ ସର୍ବ ବୃହତ୍ ମଣ୍ଡି ନିର୍ମାଣ ପାଇଁ ବୁଧବାର ବାହାର୍ଦ୍ଦା କୃଷି ଫାର୍ମ ର ଜମିରେ ସ୍ଥିତି ଅନୁଧ୍ୟାନ କଲେ ସାଂସଦ ପ୍ରତାପ ଚନ୍ଦ୍ର ସଡଙ୍ଗୀ । ୭୮.୨୫ କୋଟି ଟଙ୍କା ର ପୁଞ୍ଜି ବିନିଯୋଗରେ କୋଡ଼ିଏ ଏକର ଜମିରେ ବିରାଟ ଆନ୍ତଃରାଜ୍ୟ ହାଇଜେନିକ ମାଛ ବଜାର ନିର୍ମାଣ ହେବ। ଓଡ଼ିଶାର ୪୬୦ କିମି ସାମୁଦ୍ରିକ ବେଳାଭୁମି ଥିବା ବେଳେ ଅନେକ ନଦୀ ଓ ହ୍ରଦ ରହିଛି। ଏହିସବୁ ସୂତ୍ରରୁ ଉତ୍ପାଦିତ ମାଛ ବିକ୍ରି ପାଇଁ ଭଲ ଆନ୍ତଃରାଜ୍ୟ ମାଛ ବଜାରର ଅଭାବ ରହଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନ ରେ ଆଗୁଆ ଥିଲେ ମଧ୍ୟ ଉପଯୁକ୍ତ ମଣ୍ଡି ଅଭାବରୁ ପଡୋଶୀ ପଶ୍ଚିମବଙ୍ଗ ସହିତ ଅନେକ ରାଜ୍ୟ ଓଡ଼ିଶା ର ବ୍ୟବସାୟ କରି ଲାଭବାନ ହେଉଥିବା ବେଳେ ଓଡ଼ିଶା ମାଛ ଚାଷୀ ଓ ବ୍ୟବସାୟୀ ଲାଭ ଉଠାଇ ପାରୁ ନାହାନ୍ତି। ଏଥିପାଇଁ ମଧ୍ୟ ଅନେକ ଚାଷୀ ଓ ବ୍ୟବସାୟୀ ମାଛ ଚାଷ ଓ ବ୍ୟବସାୟ ରୁ ମୁହଁ ଫେରାଇବା ଦେଖିବାକୁ ମିଳୁଛି। ଏହାକୁ ଲକ୍ଷ୍ୟ କରି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପ୍ର ଚେଷ୍ଟା ରେ ଜାତୀୟ ରାଜପଥ ନିକଟସ୍ଥ ବାହାର୍ଦ୍ଦା କୃଷି ଫାର୍ମ , ବସ୍ତା ରେ ସରକାର ହାଇଜେନିକ ମାଛ ମଣ୍ଡି ପାଇଁ ସବୁଜ ସଙ୍କେତ ଦେବା ପରେ ମାଛ ଚାଷୀଙ୍କ ମୁହଁରେ ହସ ଫୁଟି ଉଠିଛି। ଏହି କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବସ୍ତା ତହସିଲଦାର ରାଧା ରଞନ ଦାସ , ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା,ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ବରିଷ୍ଠ ବିଜେପି ନେତା ଶ୍ୟାମା ପ୍ରସାଦ ବେହେରା, ସମାଜସେବୀ ସଞ୍ଜୀବ ପାଢ଼ୀ, ଯୁବନେତା ରବିନ୍ଦ୍ର ଜୈନ,ମଣ୍ଡଳ ସଭାପତି ରଞ୍ଜନ କୁମାର ମହାନ୍ତି, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେନ ପରିଡ଼ା, ସୂର୍ଯ୍ଯନାରାୟଣ ସାହୁ,ଧିରେନ କୁମାର ସେଠୀ, ଦିବାକର ରାଉତ, ମନୋଜ କୁମାର ସାମଲ,ପ୍ରକାଶ କୁଣ୍ଡୁ,ଶରତ ବାରିକ, ନୀହାର ରଞ୍ଜନ ବେହେରା ଙ୍କ ସମେତ ବହୁ ନେତୃତ୍ବ, ସରକାରୀ ପଦାଧିକାରୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Post a Comment

Previous Post Next Post