ଖରିଆର ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ


ନୂଆପଡା:-୨୦/୦୮/୨୦୨୪ (ବିରବଲ ପ୍ରଧାନ) ଖରିଆର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ। ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ପ୍ରଥମ ଥର ପାଇଁ ବ୍ଲକ ରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା ହୋଇଥିବା ବେଳେ ଉପଯୁକ୍ତ ବ୍ୟବସ୍ଥା ଥିବା ଦେଖି ଅଭିଯୋଗକାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି। ଆଜିର ମୋଟ 56 ଗୋଟି ଅଭିଯୋଗ ମଧ୍ୟରୁ ୪୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୯ ଗୋଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତି। ଏହି ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଇତ, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବିଡ଼ିଓ ଵୀରସେନ ବେହେରା, ତହସିଲଦାର ନର୍ସିଂଙ୍ଗ ଗଡବା, ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଭବିଷ୍ୟତରେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟା କୁ ଆହୁରି ବ୍ୟାପକ କରିବା ସହିତ ସମସ୍ୟା ର ତୁରନ୍ତ ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।

Post a Comment

Previous Post Next Post