ଗାଡିଚାଳନା ତାଲିମ ଉଦଯାପିତ


କଣ୍ଟାମାଳ: ୦୭/୦୮:(ମନଧରକର୍ମୀ) ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସବିଆଇ ଆରସେଟି ଠାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବୌଦ୍ଧ ବ୍ଲକ ହରଭଙ୍ଗା ବ୍ଲକ ର ଗ୍ରାମାଞ୍ଚଳ ର ୩୫ ଜଣ ଯୁବକଙ୍କୁ ଗାଡିଚାଳନା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହାକୁ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ପରିଚାଳନା କରାଯାଇଥିଲା ପ୍ରଶିକ୍ଷାର୍ଥଙ୍କ ଉଭୟ ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଆରସେଟି ତରଫରୁ ଯୋଗ, ଶ୍ରମଦାନ ତଥା ବ୍ୟବହାରିକ ପରିବର୍ତ୍ତନ ପାଇଁ ଔଦିକଯୋଗ୍ୟତା ବିକାଶ, ସମୟର ପରିଚାଳନା, ଗାଡ଼ି ଚାଲିବା ପାଇଁ ଶିକ୍ଷା ପ୍ରଦାନ କରାଯାଇଥିଲା ମାଇକ୍ରୋ ଲ୍ୟାବ ଆଇସବ୍ରେକିଂ ଅଟ୍ଟାଳିକା ନିର୍ମାଣ ଆଦି ଅଭ୍ୟାସ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ବିଚିତ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ତାଲିମ କାର୍ଯ୍ୟକ୍ରମକୁ କାନନ ଖମାରୀ ପରିଚାଳନା କରିଥିଲେ କୃତି ପ୍ରଶିକ୍ଷାର୍ଥୀଙ୍କୁ ବିଚିତ୍ର ମହାପାତ୍ର ମାନ ପତ୍ର ପ୍ରଦାନ କରିଥିଲେ।

Post a Comment

Previous Post Next Post