କୁଡ଼ସୁଡ଼ ଗ୍ରାମରେ ଭାରତ ବନ୍ଦର ପ୍ରଭାବ


ସିନ୍ଧେକେଲା (ଆଜତକ୍ ଓଡ଼ିଶା) ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ସକାଳ ୬ରୁ ଭବାନୀପାଟଣା-ଖରିଆର ଜାତୀୟ ରାଜ ରାସ୍ତା ସ୍ଥିତ ବଲାଙ୍ଗୀର ଜିଲ୍ଲାର କୁରସୁଡ ଗ୍ରାମ ଠାରେ ଏସି ଏସଟି ଏକତା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ସହ ଦୋକାନ ବଜାର ବନ୍ଦ ରହିଥିବା ମଞ୍ଚର ସଭାପତି ଅନନ୍ତ ଛୁରା ଓ ସମ୍ପାଦକ ଅଶ୍ବିନୀ କୁମାର ବାଗ ପ୍ରକାଶ କରିଛନ୍ତି । କୁରସୁଡ଼ ଗ୍ରାମ ପଂଚାୟତର ସମସ୍ତ ଗ୍ରାମର ସହଯୋଗ ସହ ଉମେଶ ମହାନନ୍ଦ, ଗଣେଶ ହରପାଳ, ଡାଉଲ ମହାନନ୍ଦ, ବାବୁଲାଲ ବାଗ, ନକୁଳ ବାଗ, ବିରଞ୍ଚି ବାଗ, ମୀନକେତନ ଜଗତ, ଶଙ୍କର, ଛୋଟୁ, ଭଜମନ, ଗେଲ, ହେମନ୍ତ କଣପନ ଆଦି ବନ୍ଦ ବେଳେ ଉପସ୍ଥିତ ଥିଲେ ।

Post a Comment

Previous Post Next Post