କଲମପୁର,୨୭/୦୮ (ଶରତ ଚନ୍ଦ୍ର ସୁନାନୀ): ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଲମପୁର ର ବିଭିନ୍ନ ମଠ ମନ୍ଦିର ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳିତ ହେଉଛି ସନାତନ ସଂସ୍କୃତିର ଏହି ମହାପାର୍ବଣ। କଲମପୁର ସ୍ଥିତ ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟ ଠାରେ ମଧ୍ୟ ମଙ୍ଗଳବାର ଦିନ ବିଦ୍ୟାଳୟ ର ଅଧକ୍ଷ ଆଶିଷ କୁମାର ସାହୁ ଙ୍କ ପ୍ରତକ୍ଷ୍ଯ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ଜନ୍ମାଷ୍ଟମୀ ଅବସରରେ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ। ଏଥିରେ ଅମିତ ରଣା, ରୋସନ୍ ରାଜପୁତ, ସୁନମ୍ ବାନୋ,ରୁପଶ୍ରୀ ଦେବୀ,କ୍ରିଷ୍ଣା ସିଂ, ରିତା ବାଗ,ଶେଫାଳୀ ପଣ୍ଡା, ଜୋଷ୍ନା ବଗର୍ତ୍ତୀ,ସମିତା ବଗର୍ତ୍ତୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରି, ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ।
କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ରାଧାକୃଷ୍ଣ ରୂପରେ ଅବତରଣ ଓ ନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇଥିଲା। ବିଦ୍ୟାଳୟ ସ୍ତରରେ ଏପରି ପର୍ବପର୍ବାଣୀ ପାଳନର ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କ ସଦଭାବନା ପ୍ରତିଷ୍ଠା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ ପଛର ଧାର୍ମିକ ଭାବଧାରା ସହ ସେମାନଙ୍କୁ ପରିଚିତ କରାଇବାର ଲକ୍ଷ୍ୟ ପ୍ରକୃତରେ ସାଧିତ ହୋଇପାରିବ ବୋଲି ବିଦ୍ୟାଳୟର ଅଧକ୍ଷ ଆଶିଷ କୁମାର ସାହୁ ମତବ୍ୟକ୍ତ କରିଥିଲେ ।
Post a Comment