କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ବସ୍ ଷ୍ଟେସନ ନିକଟ ରେ ଗନିଆରି ସାପ୍ତାହିକ ବଜାର ଆଜି ଉଦ୍ଘାଟିତ ହୋଇଯାଇଛି ।ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ ଏବଂ ଗନିଆରି ର ଯୁବକଙ୍କ ପ୍ରୟାସ ରେ ଲୋକେ ସୁଲଭ ମୂଲ୍ୟ ପନିପରିବା ସହ ଘର କରଣା ସାମଗ୍ରୀ କିଣା ବିକା କରି ପାରିବେ ସେ ନେଇ ଅଭିନବ ପ୍ରୟାସ କରିଛନ୍ତି ।ଏହି ବଜାର ହେବା ଦ୍ଵାରା ଲୋକେ ଦୂର ଦୁରନ୍ତର ବଜାର କୁ ଯାଇ କିଣା ବିକା କରୁଥିଲେ ।ନିକଟରେ ଥିବା ଗାଁ ଲୋକେ ବିଭିନ୍ନ ସାମଗ୍ରୀ ବିକ୍ରି ପରିବାର ପ୍ରତି ପୋଷଣ କରିବେ ବୋଲି ସରପଞ୍ଚ କହିଥିଲେ ।ବଜାର ରେ 100 ରୁ ଉର୍ଦ୍ଧ ବେପାରୀ ଆସି ବେପାର କରିଥିଲେ ।ପ୍ରଥମେ ଗାଁ ଇଷ୍ଟ ଦେବା ଦେବୀ ଙ୍କ ପୂଜା କରି ଶୁଭ ସ୍ତମ୍ ସ୍ଥାପନ କରିଥିଲେ ।ଏହି ଅବସର ରେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ,ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ,ସମାଜ ସେବୀ ତରୁଣ ରଥ,ଅଜୟ ଗହିର, ସୋମନାଥ ଖମାରୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ସ୍ଥାନରେ ପ୍ରତି ଶୁକ୍ରବାର ବଜାର ବସିବ ବୋଲି ବଜାର କମିଟି ସୂଚନା ଦେଇଛନ୍ତି।

Post a Comment