ନୂଆପଡ଼ା (ବିରବଲ ପ୍ରଧାନ) କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଅସୁସ୍ଥ ହୋଇପଡ଼ିଛନ୍ତି । ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ଗତ ୧୯ତାରିଖରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ରାଜ୍ୟସ୍ତରୀୟ ଦଳୀୟ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ଵର ଯାଇଥିଲେ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରିଥିଲେ। ପରୀକ୍ଷାରୁ ତାଙ୍କର ହୃଦ୍ରୋଗ ଜନିତ ସମସ୍ୟା ଥିବା ଜଣାପଡ଼ିଥିଲା । ହାର୍ଟରେ ବ୍ଲକେଜ୍ ରହିଥିବା ଡାକ୍ତର କହିଥିଲେ। ଏଣୁ ଶୁକ୍ରବାର ସକାଳେ ପରିବାର ଲୋକେ ଏୟାରଲିଫ୍ଟ କରି ତାଙ୍କୁ ମୁମ୍ବାଇସ୍ଥିତ ହାର୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ପୁଅ ତଥା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ଓ ପରିବାର ଲୋକେ ମୁମ୍ବାଇରେ ଅଛନ୍ତି। ଶ୍ରୀ ପଣ୍ଡା ଅସୁସ୍ଥ ହେବା ଖବର ପ୍ରଚାର ପରେ ସମର୍ଥକ ଓ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Post a Comment