କଳାହାଣ୍ଡି ଜିଲ୍ଲା ରେ କୌଶଳ ରଥ କାର୍ଯ୍ୟକ୍ରମ


ଭବାନୀପାଟଣା ୧୩/୦୮ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ରେ ବୈଷୟିକ ଶିକ୍ଷା କୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଶଳ ରଥ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରୁଅଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କୌଶଳ ରଥ ଆମପାଣି ଆଶ୍ରମ ବିଦ୍ୟାଳୟ,ବୁଢାରଜା ଉଚ୍ଚ ବିଦ୍ୟାଳୟ, ଧର୍ମଗଡ଼ ପଂଚାୟତ ମହାବିଦ୍ୟାଳୟ,ବାଳିକା ବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ଧର୍ମଗଡ଼, ଜୁନାଗଡ଼ ସ୍ଥିତ କୁରୁଗୁଡ଼ା ଆଶ୍ରମ ବିଦ୍ୟାଳୟ, ଆଇଟି ଆଇ ଜୁନାଗଡ଼, କୁରୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଓ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ. ଦ୍ୱିତୀୟ ଦିନ ଆଇଟି ଆଇ ଭବାନୀପାଟଣା,ସିଟଟିସି,ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ, ବ୍ରଜମୋହନ ଉଚ୍ଚବିଦ୍ୟାଳୟ, ପୋଲିସ ଉଚ୍ଚବିଦ୍ୟାଳୟ, ମାଣିକେଶ୍ବରୀ ଉଚ୍ଚବିଦ୍ୟାଳୟ, ସରକାରୀ ପଲିଟେକ୍ନିକ କଳାହାଣ୍ଡି, ଶାହୀ ଏକ୍ସପୋର୍ଟସ, ବାଳଗୋପାଳ ସେବା ନିକେତନ, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ର ଶିକ୍ଷାର୍ଥୀ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବେଦାନ୍ତ ଦକ୍ଷତା ବିକାଶ କେନ୍ଦ୍ର, ମୂଷିଗୁଡ଼ା ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ. ତୃତୀୟ ଦିନ ମା ହୀରା ନୀଳା ମହାବିଦ୍ୟାଳୟ ବିଶ୍ୱନାଥପୂର, ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ ଆଶ୍ରମ ଉଚ୍ଚବିଦ୍ୟାଳୟ, ଲାଞ୍ଜିଗଡ ମହାବିଦ୍ୟାଳୟ, ବେଦାନ୍ତ ତାଲିମ କେନ୍ଦ୍ର, କାଉଗୁଡା ଆଶ୍ରମ ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଚତୁର୍ଥ ଦିନ ଭବାନୀପାଟଣା ମହିଳା ମହାବିଦ୍ୟାଳୟ, ପାଷ୍ଟିକୁଡି ଆଶ୍ରମ ଉଚ୍ଚବିଦ୍ୟାଳୟ, ଅଧମୁଣ୍ଡା ଆଶ୍ରମ ଉଚ୍ଚବିଦ୍ୟାଳୟ, କେସିଙ୍ଗା ବିଦ୍ୟାପୀଠ, କେସିଙ୍ଗା ବାଳିକା ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ପିଲାମାନେ ରଥ ପରିଦର୍ଶନ କରିଥିଲେ ଓ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଘୁମୁରା, ପାରମ୍ପରିକ ନୃତ୍ୟ, ଗୀତ ଆଦି ପରିବେଷଣ କରିଥିଲେ , ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ ସମସ୍ତ ସ୍ଥାନ ରେ କୁଇଜ଼ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା. କୌଶଳ ରଥ କୁ ଗତ ରବିବାର ଦିନ ନୂଆପଡା ଜିଲ୍ଲା କୁ ହସ୍ତାନ୍ତର କରାଯାଇଥିଲା. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ପରିଚାଲନା କରିଥିବା ବେଳେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ରୁ ସୁବିଦିତ ସାମନ୍ତରାୟ, ଲୋକନାଥ ପଟେଲ, ସୁବ୍ରତ ମେହେର, ପ୍ରିୟା, କେଶବ ଗାଭାଳେ, ବିପ୍ଳବ ମାଝୀ, ଧନେଶ୍ୱର ଶବର ଓ ମନୋଜ ବର୍ଗତି ଆଦି ସହାୟତା କରିଥିଲେ ।

Post a Comment

Previous Post Next Post