ସିନାପାଲି : ବହୁତର୍ଚ୍ଚିତ କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯାର ପ୍ରତିବାଦରେ ସିନାପାଲି ଠାରେ ଏକ ଶାନ୍ତିପୂର୍ଣ୍ଣ କ୍ଯାଣ୍ତେଲ ଶୋଭାଯାତ୍ରା କରାଯାଇଛି। ସ୍ଥାନୀୟ ୟୋଗୀ ଫିଟନେସ୍ କ୍ଲବର ଆହ୍ୱାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ପ୍ରଥମେ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ସିନାପାଲି ନଗର ପରିକ୍ରମା କଲା ପରେ ଥାନା ପରିସରକୁ ପହଂଚିଥିଲା । ସେଠାରେ ସ୍ବର୍ଗତା ଡାକ୍ତରୀ ଛାତ୍ରୀଙ୍କ ଫଟୋ ସମ୍ମୁଖରେ କ୍ଯାଣ୍ତେଲ ଜାଳି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା । ଏଥିସହ ଘଟଣାରେ ସଂପୄକ୍ତ ଅଭିଯୁକ୍ତଙ୍କୁ ଯାଥାଶୀଘ୍ର ଠାବ କରି କଠୋର ଦଣ୍ତ ଦେବାକୁ ଦାବି କରି ଏକ ସ୍ମାରକ ପତ୍ର ସ୍ଥାନୀୟ ଥାନାଧିକାରୀଙ୍କ ଊଦ୍ଦେଶ୍ଯରେ ପ୍ରଦାନ କରାଯାଇଥିଲା ା କାର୍ଯ୍ଯକ୍ରମ ଆୟୋଜନରେ ଫିଟନେସ କ୍ଲବ ତତ୍ୱାବଧାରକ ସଜତ ସୋହନ ଯୋଷୀ, ଉଦନ୍ତୀ ୟୁଥ କ୍ଲବ ସଭାପତି ସୁରଜ କୁମାର ମେହେର, ସଂପାଦକ ପ୍ରଭାତ କୁମାର ମେହେର, ବେଣୁଧର ମେହେର, ଦର୍ଶନ ମେହେର ଓ ହନୁମାନ ୟୁଥ୍ କ୍ଲବର ବିକାଶ ମେହେର, ଅନିଲ ମେହେର ନେତୄତ୍ୱ ନେଇଥିବା ବେଳେ ସ୍ବର ସଙ୍ଗମ କଳା ପରିଷଦ ସଭାପତି ତ୍ରିନାଥ ମେହେର, ସଂପାଦକ ବୈଷ୍ଣବ ମେହେର, ପ୍ରେମାନନ୍ଦ ମେହେର ସମେତ ଶତାଧିକ ଯୁବକ ଏବଂ ସାଧାରଣ ଲୋକ ଊପସ୍ଥିତ ଥିଲେ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment