ଆଦର୍ଶ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ଶ୍ରାଦ୍ଧବାର୍ଷିକୀ - ରକ୍ତଦାନ କରି ଶ୍ରଦ୍ଧ‌‌ାଞ୍ଜଳି ଜଣାଇଲେ ସ୍ବେଚ୍ଛାସେବୀ - ୧୫୦ ୟୁନିଟ୍‌ ରକ୍ତ ସଂଗ୍ରହ, କମିଟିର ପ୍ରୟାସକୁ ପ୍ରଶଂସା


ବାଲେଶ୍ୱର, ୮/୮(ଲକ୍ଷ୍ମୀଧର ବାରିକ): ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ସିମୁଳିଆ ଗ୍ରାମର ଆଦର୍ଶ ଶିକ୍ଷକ ସ୍ବର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ୧୨ତମ ଶ୍ରାଦ୍ଧବାର୍ଷିକୀରେ ଆଜି ରମେଶ ଚନ୍ଦ୍ର ବେହେରା ସ୍ମୃତି କମିଟି ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ବିଶାଳ ରକ୍ତଦାନ ଶିବିର ହୋଟେଲ ସିମୁଳିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିଟିର ବରିଷ୍ଠ ସଦସ୍ୟ ନିରଞ୍ଜନ ସାହୁ(ବାପୁନୁ)ଙ୍କ ତତ୍ତ୍ଵାବଧାନରେ ଏହି ଶିବିରକୁ ବିଡିଓ ସମ୍ବିତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ରତିକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ନରେନ୍ ପଲେଇ, ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାପାତ୍ର, ଭଦ୍ରକ କାଉନସିଲର ପଙ୍କଜ ବଳ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ସରପଞ୍ଚ ଗଣେଶ ପ୍ରସାଦ ସାହୁ, ଧରଣୀଧର ନାୟକ, ଲକ୍ଷ୍ମୀଧର ବଳ, ସମିତିସଭ୍ୟ ଚିତ୍ତରଞ୍ଜନ ସ୍ୱାଇଁ, ଗୋପୀକାନ୍ତ ମହାନ୍ତି, ପ୍ରାକ୍ତନ ସରପଞ୍ଚ ଶରତ ନାୟକ, ସମାଜସେବୀ ଲକ୍ଷ୍ମୀଧର ମହାନ୍ତି, ରମାକାନ୍ତ ପଢ଼ିଆରୀ, ମଧୁସୂଦନ ବୋଇତି, ନିରାକାର ମହାନ୍ତି, ପ୍ରିୟବ୍ରତ ପୋଥାଳ, ରତିକାନ୍ତ ଜେନା, ପ୍ରଶାନ୍ତ ବେହେରା, ନୀଲୁ ମହାପାତ୍ର, ଅଲ୍ଲେଖ ଓଝା, ଅନନ୍ତ ଶିଅଳ, ରଞ୍ଜନ ନାୟକ, ରଞ୍ଜିତ ଗୋଚ୍ଛାୟତ ଓ ଡାକ୍ତର ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ସମସ୍ତ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ। 

ଭଦ୍ରକ ରକ୍ତ ଭଣ୍ଡାର ଟେକ୍ନିସିଆନ୍ ନିଳିମା ସ୍ୱାଇଁ, ରବୀନ୍ଦ୍ର ଜେନା, ରତିକାନ୍ତ ବଳ, ରୂପକ ସେନାପତି ଓ ସେକ୍‌ ବୁଦ୍ଧିଆ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୧୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସ୍ବର୍ଗତ ବେହେରାଙ୍କ ପରିବାରବର୍ଗ ଏହି ଶିବିରରେ ସାମିଲ ହୋଇଥିଲେ। ତାଙ୍କ ପୁଅ ଅମରେଶ ବେହେରା ଓ ଅବିନାଶ ବେହେରା, ପ୍ରାକ୍ତନ ସରପଞ୍ଚ ଇଲା ବେହେରା, ଦ୍ରୌପଦୀ ମଲ୍ଲିକ, ମଧୁସ୍ମିତା ବେହେରା, ମହେଶ୍ବର ଖିଲାର, ସବିତା ନାୟକ ଶିବିରରେ ଉପସ୍ଥିତ ରହି ଆୟୋଜକ କମିଟି ଓ ସ୍ବେଚ୍ଛାସେବୀ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଯୁବ ସମାଜସେବୀ ବାପୁନ ସାହୁ, ଅକ୍ଷୟ ବିଶ୍ବାଳ, ପ୍ରତାପ ମହାପାତ୍ର, ନାରୀନେତ୍ରୀ ଭାରତୀ ମଲ୍ଲିକ, ଜୟସ୍ମିତା ବେହେରା, ପୁଷ୍ପାଞ୍ଜଳି ନାୟକ, ଜୟନ୍ତୀ ବିଶ୍ୱାସ, କଟି ବେହେରା, ଚନ୍ଦ୍ରଶେଖର ବେହେରା, ଲକ୍ଷ୍ମୀଧର ରାଉତ, ଅକ୍ଷୟ କୁମାର ଜେନା, କୈଳାସ ମଲ୍ଲିକ, ଗଗନ ରାଉତ, ଉମାକାନ୍ତ ଶିଅଳ, ଦାଶରଥୀ ବେହେରା, ନୃସିଂହ ପରିଡ଼ା, ନଟବର ପରିଡ଼ା, ଶରତ ଶିଅଳ, ସିମୁଳିଆ ସମ୍ବାଦ ପ୍ରତିନିଧି କୃଷ୍ଣଚନ୍ଦ୍ର ଭୂୟାଁ, ପ୍ରଧାନ ଶିକ୍ଷକ ରବିନାରାୟଣ ପଣ୍ଡା, ମନୋଜ କୁମାର ବେହେରା, ରାଜେଶ ବେହେରା, ଅଭୟ ବେହେରା, ବିଜୟ ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ମହେଶ୍ୱର ଖିଲାର, ବନମାଳୀ ବାରିକ, ଅଲେଖ ଓଝା, ଅଜୟ ବେହେରା, ବନମାଳୀ ସାହୁ, ପ୍ରଫୁଲ୍ଲ ବେହେରା ଆକାଶ କୁମାର ଦାସ, ବିଜୟ ଧୀନ୍ଧା, ଅର୍ଜୁନ ବାରିକ, ଗଣେଶ ଖିଲାର, ନିରଞ୍ଜନ ନାୟକ, ସ୍ମୃତିସ୍ମିତା ବେହେରା, ହିମାଦ୍ରୀ ତନୟା ବେହେରା, ଶୁଭସ୍ମିତା ବେହେରା, ପ୍ରତୀକ ବେହେରା, ସାଇସୌଜନ୍ୟ ବେହେରା ଓ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post