ବଲାଙ୍ଗିର :-୩୧/୦୭: (ଗଣେଶ ଦାସ ):-ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଅବସ୍ଥାପିତ ଥିବା ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସଚିଦାନନ୍ଦ ମିଶ୍ର ସରକାରୀ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ତାଙ୍କୁ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା । । ଶ୍ରୀ ମିଶ୍ର ଜଣେ ଦକ୍ଷ ଓ ପରୋପକାରୀ ଅଧିକାରୀ ଥିଲେ । ରାଜ୍ୟ ସରକାରଙ୍କ ନିର୍ଦେଶ ରେ ପ୍ରତ୍ୟେକ ସୋମବାର ହେଉଥିବା ଯୁଗ୍ମ ଜନସୁଣାଣୀ କାର୍ଯ୍ୟକ୍ରମ ଅତି ସୂଚାରୁ ରୂପେ ପରିଚାଳନା କରୁଥିଲେ । ସେ ଜିଲ୍ଲା କାର୍ଯ୍ୟ।ଳୟର ଜନସୂଚନା ଅଧିକାରୀ ତଥା ବୌଦ୍ଧ–ବଲାଙ୍ଗୀର ଏବଂ ସୋନପୁର ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ । ଶ୍ରୀ ମିଶ୍ର ପୂର୍ବରୁ ନୟାଗଡ ଜିଲ୍ଲାର ନୂଆଗାଁ ବ୍ଲକ ର ବିଡିଓ ତଥା ଓଡ଼ିଶା ରାଜସ୍ୱ ପର୍ଷଦର କୋର୍ଟ ଅଧିକାରୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଅବସରକାଳିନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପବିତ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା କାର୍ଯ୍ୟ।ଳୟ ର ଅଧିକାରୀ ଓ କର୍ମଚାରୀ ମାନେ ଶ୍ରୀ ମିଶ୍ର ଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଦେଇଥିଲେ । ଏହା ସହ ତାଙ୍କ ଉତ୍ତମ ଏବଂ ସୁସ୍ଥ ସ୍ଵାସ୍ଥ୍ୟ କାମନା କରିଥିଲେ ।

Post a Comment