କୋମନା:- (ବିରବଲ ପ୍ରଧାନ) ନୁଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲିରୁ ବୁଦ୍ଧିକୋମନା ରାସ୍ତା ସୁନ୍ଦରନା ନାଲା ଉପରେ ୩କୋଟି ୧୫ ଲକ୍ଷ ୯୪ହଜାରରୁ ଅଧିକ ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ହୋଇଛି । ଏହା ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଠିକାଦାର ଡମନ୍ତି ଅଗ୍ରୱାଲଙ୍କ ତତ୍ତ୍ଵାବଧାନ ଦ୍ବାରା ସମ୍ପାଦିତ ହୋଇଛି । କାର୍ଯ୍ୟ ସମାପ୍ତ ହେବାର ବର୍ଷେ ନପୂରୁଣୁ ପୋଲ ରାସ୍ତା ଦବି ଯାଇ ବିପଦ ସଂକୁଲ ଅବସ୍ଥାରେ ଅଛି । ପୋଲ ପାର୍ଶ୍ଵରେ ନିର୍ମିତ କାନ୍ଥଟି ଆବଶ୍ୟକତା ଠାରୁ କମ ଉଚ୍ଚ ହୋଇଥିବାରୁ ପୋଲ ପାର୍ଶ୍ଵରେ ପୁରଣ କରାଯାଇଥିବା ମାଟି ଧସି ନାଳ ଉପରେ ପଡ଼ୁଥିବା ଲକ୍ଷ୍ୟ କରାଯାଇଛି । ରାସ୍ତା ପାର୍ଶ୍ବରେ ଭର୍ତ୍ତି ମାଟି ଉପରେ ଘାସ ରୋପଣ କିମ୍ବା ପଥର ପେକିଂ କରାଯାଇ ନଥିବାରୁ ରାସ୍ତା ଦୁର୍ବଳ ହେବା ସହ ମାଟି ଧସୁଥିବା ଅଭିଯୋଗ ହେଉଛି । ଏ ସମ୍ବନ୍ଧରେ ନୂଆପଡ଼ା ସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିଲା ନାହିଁ। । ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷକ ମଧ୍ୟରେ ରାସ୍ତାର ଏଭଳି ଦୁରବସ୍ଥା ପାଇଁ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ ତଥା ନିମ୍ନମାନର କାର୍ଯ୍ୟ ପାଇଁ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ କରାଯିବା ସହ ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।

Post a Comment