ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଆନୁକୂଲ୍ୟରେ ନୂଆପଡା ନିକଟରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ୭୫ତମ ବନମହୋତ୍ସଵ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିନାପାଲି ବନାଞ୍ଚଳ ଅଧିକାରୀ ଜଗତାନନ୍ଦ ମଙ୍ଗରାଜଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ବନଖଣ୍ଡ ଏସିଏଫ ମହମ୍ମଦ ମୁସ୍ତାଫା ସଲେହା , ମିଶନଶକ୍ତି ବିପିସି ବିଜୟ ଭିତ୍ରିଆ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଦେବାରଚନ ଭୋଇ, ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ,ରଞ୍ଜନ କୁମାର ସାହୁ, ଶରତ ସିଂ ବାରିକ,ରାମରଞ୍ଜନ ରାଉତ,ସଂଯୁକ୍ତା ନେତାମ,ରାକେଶ ଦଣ୍ଡସେନା,ରିଜବନା ବେଗମ,ମନୋଜ ବାଗ,ସୌମ୍ୟ ସୁନାନୀ,ଶକ୍ତି ପ୍ରଧାନ, ସ୍ବେଛାସେବୀ ବରୁଣ ସୁନାନୀ, ପ୍ରମୁଖଙ୍କ ସମେତ ମିଶନ ଶକ୍ତି ମହିଳା , ସ୍ଥାନୀୟ ବନ ସୁରକ୍ଷା ସମିତି ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟକ ସାମିଲ ଥିଲେ। ସମସ୍ତେ ଗଛ ଲଗାଇ ସହିତ ପରିବେଶ ବଞ୍ଚାଇ ଜୀବନ କୁ ସୁରକ୍ଷା ଦେବା ନେଇ ମତ ପ୍ରକାଶ କରି ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ନୂଆପଡା ଜଙ୍ଗଲର ପ୍ରାୟ ଆଠ ହେକ୍ଟର ଅଞ୍ଚଳରେ ପ୍ରାୟ ୩ହଜାର ବୃକ୍ଷ ରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଯୋଗ୍ୟ ଯେ ଉକ୍ତ ନୂଆପଡା ଜଙ୍ଗଲ ଟାଙ୍ଗରା ଭୂଇଁ ପାଲଟି ଥିବା ବେଳେ ଏଠାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ "ଚଳେ ଚଲୋ'' ଉକ୍ତ ଅଞ୍ଚଳରେ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ଦେଇଥିଲେ। ସ୍ବେଚ୍ଛାସେବୀ ସଂଗଠନର ପ୍ରସ୍ତାବ କ୍ରମେ ବନବିଭାଗ ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଉଛି। ଏହି ଜଙ୍ଗଲର ପୁନରୁଦ୍ଧାର ହେବା ଦ୍ୱାରା ସ୍ଥାନୀୟ ଲୋକେ ଉଲ୍ଲସିତ ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ସମସ୍ତ ଅଧିକାରୀ କର୍ମଚାରୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇ ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment