ଶ୍ରାବଣ ମାସର ପ୍ରଥମ ସୋମବାରରେ ପତେଲପଡା ଶୈବପୀଠରେ ଭକ୍ତଙ୍କ ଭିଡ଼


ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥିବାବେଳେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତେଲପଡା ଶୈବପୀଠରେ ମଧ୍ୟ ବୋଲ ବମ ଭକ୍ତଙ୍କ ଭିଡ଼ ଲାଗିରହିଛି। ଏହି ଶୈବପୀଠ କୁ ଆଖ ପାଖ ଅଞ୍ଚଳର ଓ ଦୂର ଦୂରାନ୍ତ ରୁ ବୋଲ ବମ ଭକ୍ତମାନେ ଆସି ଶିବ ଲିଙ୍ଗ ରେ ପାଣି ଢାଳି ରିତି ନିତି ର ସହିତ ପୂଜାର୍ଚ୍ଚନା କରି ନିଜ ନିଜର ମାନସିକ ପ୍ରଭୁ ଶିବଙ୍କ ପାଖରେ ଜଣାଇଥାନ୍ତି। ଶ୍ରାବଣ ମାସରେ ନିତି ନିୟମ ରେ ରହି ପ୍ରଭୁ ହରଗୌରୀ ଙ୍କୁ ପାଣି ଢାଳି ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ବାସ ରହିଛି।

Post a Comment

Previous Post Next Post