ଉଦନ୍ତୀ ନଦୀରେ ଗାଧୋଇ ବାକୁ ଯାଇ, ନଦୀର ମୁଖ୍ୟ ସ୍ରୋତରେ ଭାଷୀ ଯାଉଥିଲେ ମହିଳା। ୩ କିଲୋମିଟର ଦୂରରେ ସିନାପାଲି ଦମକଳ ବାହିନୀ ଙ୍କ ଦ୍ବାରା ଉଦ୍ଧାର


ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗଡରାମାଳ ଗ୍ରାମ ର ଜଣେ ମହିଳା ଉଦନ୍ତୀ ନଦୀକୁ ଗାଧୋଇ ଯାଇଥିଲେ। ସେଠାରେ ଗାଧୋଉ ଥିବା ବେଳେ ତାଙ୍କ ଗୋଡ ଶିଳ୍ପ ହେବାରୁ ନଦୀର ମୁଖ୍ୟ ସ୍ରୋତରେ ପଡ଼ି ଯାଇଥିଲେ। ଫଲରେ ଭାଷୀ ଯାଉଥିବା ବେଳେ ନିଜେ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଜମି ରେ କୃଷି କାର୍ଯ୍ୟ କରୁଥିବା କୃଷକ ମାନେ ସିନାପାଲି ଅଗ୍ନି ଶ୍ରମ ବିଭାଗ କୁ ସୂଚନା ଦେଇଥିଲେ। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଉଦ୍ଧାର କରିଥିଲେ। ଗାଧୋଉଥିବା ନଦୀ ଘାଟ ରୁ ତିନି କିଲୋମିଟର ଦୂରରେ ଅନେକ ପରିଶ୍ରମ ପରେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ଗଡରାମାଲ ଗ୍ରାମର ନମିତା ସାହୁ ଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବଭାବିକ ଥିବା ଜଣାପଡିଛି। ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post