ସିନାପାଲି ଠାରେ ନଟରାଜ ଡ୍ଯାନ୍ସ ଏକାଡ଼େମୀ ଉଦଘାଟିତ


ସିନାପାଲି:୨୨/୦୭- ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ସ୍ୱର ସଙ୍ଗମ କଳା ପରିଷଦର ତତ୍ୱାବଧାନରେ ପରିଷଦ ପରିସରରେ ନଟରାଜ ଡ୍ଯାନ୍ସ ଏକାଡ଼େମୀର ଶୁଭାରମ୍ଭ କରାଯାଇଛି । ପରିଷଦର ସଭାପତି ତ୍ରିନାଥ ମେହେର ଏକାଡ଼େମୀର ଉଦଘାଟନ କରିଥିବା ବେଳେ ସଂପାଦକ ବୈଷ୍ଣବ ମେହେର ଏହାର ଉଦ୍ଦେଶ୍ଯ ବିଷୟରେ ଅବଗତ କରିଥିଲେ । ନୄତ୍ଯ ପ୍ରଶିକ୍ଷକ ଜିତେଂଦ୍ର ମେହେର, ମନୋଜ ଜଗତ, ନେତ୍ରା ମହାନନ୍ଦ ଓ ପ୍ରିନ୍ସ ବାଗଙ୍କ ଦ୍ୱାରା ଏଠାରେ ବିଧିବଦ୍ଧ ଭାବରେ ଶିକ୍ଷାର୍ଥୀଙ୍କୁ ନୄତ୍ଯ ଶିକ୍ଷା ପ୍ରଦାନ କରାଯିବ । ଏଥିସହ ଅଂଚଳରେ ନୃତ୍ଯ କଳାର ଉନ୍ନତି ପାଇଁ ଏକାଡ଼େମୀ କାର୍ଯ୍ଯ କରିବ ବୋଲି ଜଣାପଡ଼ିଛି । ଆଜିର ଏହି କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ରୂପେଶ ଚଂଦ୍ର ମେହେର, ଧୄବ ଚରଣ ପଧାନ, ତରୁଣ କୁମାର ମେହେର, ରବିଂଦ୍ର କୁମାର ଜେନା, ପରେଶ ନାଥ ପାଣିଗ୍ରାହୀ, ଚୂଡ଼ାମଣି ମେହେର, ସୁବାଷ ଚଂଦ୍ର ସାହୁ, ଗୌତମ ମେହେର, ବଂଶୀଧର ଜଗତ, ପ୍ରେମାନନ୍ଦ ମେହେର, ସନ୍ତୋଷ କୁମାର ନାଏକ, ଶିବ ପ୍ରସାଦ ମେହେର, ଲୋଚନ ମେହେର, ହରେକୄଷ୍ଣ ମେହେର, ପରମେଶ୍ୱର ମେହେର, ଲିଙ୍ଗରାଜ ମେହେର, ପ୍ରତୀକ୍ଷା ଯୋଷୀ, ନମୀତା ପୋଡ଼, ହସିନା ମେହେର, ହେମାଙ୍ଗିନୀ ମେହେର, ଇତି ମେହେର ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

Previous Post Next Post