କଣ୍ଟାବାଞ୍ଜି/ତୁରେକେଲା (ଆଜତକ ଓଡ଼ିଶା) : ତୁରେକେଲା ଥାନା ପୁଲିସ ଗଡ଼ଗଡ଼ବାହାଲ ଗାଁରେ ଚଢ଼ଉ କରି ମଦ ଜବତ କରିଛି। ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ସେହି ଗାଁର ନେତ୍ରା ମାଝୀ (୨୭) କୁ ଗିରଫ କରିଛି। ଅଭିଯୁକ୍ତ ପାଖରୁ ୮ ଲିଟର ୨୦୦ ମିଲି ଦେଶୀ, ୧୨ ଲିଟର ୮୦୦ ମିଲି ବିଦେଶୀ ମଦ ଜବତ କରାଯାଇଛି। ଥାନା କେସ୍ ପଂ ୨୨୨/୨୪ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା ।
Post a Comment