କଣ୍ଟାବାଞ୍ଜି/ତୁରେକେଲ (ଆଜତକ ଓଡ଼ିଶା) : ବଲାଙ୍ଗୀର ଜିଲ୍ଲା ମହୁଲବାହାଲି ରେଳ ଲାଇନ୍ରେ ଜଣେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିବା ବେ ବା ବେଳେ ମୃତକ ଜଣକ ଝରଣୀ ଗାଁର ଉଲ ମାଝୀ (୬୭) ବୋଲି ଜଣାପଡ଼ିଛି। ଜିଆର୍ପିର ସୂଚନା ଅନୁସାରେ, ମହୁଲବାହ ବାହାଲି ଗାଁଠାରୁ ପ୍ରାୟ ୧ କିମି ଦୂରରେ ରେଳ ଲାଇନ ଖୁଣ୍ଟ ନଂ୧୬୦/୧୮ ଏବଂ ୧୬୦/୧୯ ମଧ୍ୟରେ ବୃଦ୍ଧାଙ୍କ ଶବ ପଡ଼ିଥିଲା । ବାହାଲି ବୃଦ୍ଧା ଜଣକ ମହୁଲବାହ ଗାଁ ପଟୁ ପଟୁ ଚାଲି ଚାଲି ଆସୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। କୌଣସି ମାଲ୍ ବୋଝେଇ ଟ୍ରେନ୍ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଜିଆର୍ପି ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।
ରେଳ ଲାଇନ୍ରେ ପଡ଼ିଛି ବୃଦ୍ଧାଙ୍କ ଶବ
ଆଜତକ ଓଡ଼ିଶା
0
Post a Comment