ଅଚଳ ଏଟିଏମକୁ କାର୍ଯ୍ୟକ୍ଷମ କରିବାପାଇଁ ଦାବୀ


କୋମନା:- (ବିରବଲ ପ୍ରଧାନ )ନୂଆପଡ଼ା ଜିଲ୍ଳା କୋମନା ବ୍ଲକ୍ ଅନ୍ତର୍ଗତ ଉଦ୍ୟାନବନ୍ଧରୁ ବଲାଙ୍ଗୀର ଯିବା ରାସ୍ତାର ଅନୁରାଗ କୀଟନାଶକ ଓ ବିହନ ଭଣ୍ଡାର ପାଖରେ ଥ‌ିବା ଏସ୍‌ବିଆଇ ଏଟିଏମ୍ ୩ଦିନ ହେଲା ଅଚଳ ହୋଇପଡିଛି । ଫଳରେ ଲୋକ ଟଙ୍କା ଉଠାଣ କରି ନ ପାରି ହଇରାଣ ହେଉଛନ୍ତି। ବିଭାଗୀୟ ଅଧୀକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଏଟିଏମ୍ ଚାଲୁ କରିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଉଦ୍ୟାନବନ୍ଧ ନୂଆପଡ଼ା ଜିଲାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର। ଅଞ୍ଚଳର ୯୦ ପ୍ରତିଶତ ଲୋକ ଉଦ୍ୟାନବନ୍ଧ ବଜାର ଓ ଏଟିଏମ୍ ଉପରେ ନିର୍ଭର କରି ଚଳିଥାନ୍ତି । ଏଠାରେ ATM ର ସୂଚନା ଫଳକ ନ ଥିବାରୁ ଜନସାଧାରଣ ଜାଣିପାରୁ ନାହାଁନ୍ତ।ଏଣୁ ଏହି ଏଟିଏମକୁ ଅତି ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣରେ ଦାବୀ ହେଉଛି।

Post a Comment

Previous Post Next Post