ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ବିଷାକ୍ତ ଛତୁ ଖାଇ ୧୦ଜଣ ଗୁରୁତର ହୋଇଥିବା ଜଣାପଡିଛି। ବିଳମ୍ୱିତ ରାତିରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିସିତ ହେଉଥିଲେ।ସେଥି ମଧ୍ୟରୁ ୪ ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚୁଲମଣି ମାଝୀ, ଲକ୍ଷ୍ମୀ ମାଝୀ ନିଲେନ୍ଦ୍ରି ମାଝୀ ପର୍ଶୁରାମ ମାଝୀ ଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଙ୍କୁ ସ୍ଥାନାନ୍ତର କରାଯାଇଛି। ବିଷାକ୍ତ ଛତୁ ଖାଇ ଆକ୍ରାନ୍ତ ହୋଇଥିବା ବୈଷ୍ଣବ ମାଝୀ, ପିଙ୍କି ମାଝୀ, ରମାମଣି ମାଝୀ, ଦେବାଶିଷ ମାଝୀ, ପୂର୍ଣ୍ଣମୀ ମାଝୀ, ହେମକନ୍ତୀ ମାଝୀ ସ୍ୱାସ୍ଥ୍ୟ ଅବସ୍ଥା ସ୍ଵାଭାବିକ ହୋଇଅଛି।
ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେର ରିପୋର୍ଟ ।
Post a Comment