ଧରଣୀମାଳ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ


ବୋଡେ଼ନ (ପରମେଶ୍ୱର ମେହେର) ୯/୭/୨୦୨୪ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଧରଣୀମାଳ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ କଟା ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ନୂଆପଡା ଜିଲ୍ଲା ବି ଜେ ପି ସଭାପତି ଶ୍ରୀଯୁକ୍ତ ସୁବ୍ରତ ଠାକୁର,ସମ୍ମାନିତ ଅତିଥି ଭାବେ ନୀଳଜି ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, ସମାଜ ସେବି ଲୁଦ୍ର ପଟେଲ, କୁମ୍ଭ ବାଗ,, ସଂଜିବ କୁମାର ପତି, ହିମାଂଶୁ ପୁରୋହିତ ମଂଚାସୀନ ଥିଲେ,ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଠାକୁର ନାଗ ଙ୍କ ନିର୍ଦେଶ କ୍ରମେ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଥିଲେ,ବରିଷ୍ଟ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଠାକୁର ଛାତ୍ର ଛାତ୍ରୀ ଙ୍କୁ ବନ ମହୋତ୍ସବ ବିଷୟ ରେ ବିଭିନ୍ନ ପ୍ରକାର ଟିପ୍ପଣୀ ଦେଇ ବୁଝାଇ ଥିଲେ,ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଛାତ୍ର ଛାତ୍ରୀ ମିଶି ବିଭିନ୍ନ ପ୍ରକାର ର ଗଛ ଲଗାଇବା ସହିତ ବିଭିନ୍ନ ପ୍ରକାର ଚାରା ମଧ୍ୟ ବଣ୍ଟନ କରିଥିଲେ ।ସଚେତନତା ଅଭିଯାନରେ 'ଗଛ ଟିଏ ମା ଟିଏ `ଆଖ୍ୟା ନେଇ ସମସ୍ତେ ସ୍ଲୋଗାନ ଦେବା ସହିତ ନିଜ ନିଜ ବାଡ଼ିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିମନ୍ତେ ଶ୍ରୀ ଠାକୁର ପରାମର୍ଶ ଦେଇ ଥିଲେ

Post a Comment

Previous Post Next Post