ବୋଡ଼େନ ଓ ସିନାପାଲି ଠାରେ ସବ ରେଜିଷ୍ଟ୍ରାର ଅଫିସ ସ୍ଥାପନ ପାଇଁ ବିଧାନସଭାରେ ଦାବି ଜଣାଇଲେ ଖଡ଼ିଆଳ ବିଧାୟକ


ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଓ ସିନାପାଲି ବ୍ଲକ ଠାରେ ସବ ରେଜିଷ୍ଟ୍ରାର ଅଫିସ ସ୍ଥାପନ ପାଇଁ ବିଧାନସଭାରେ ଦାବି ଜଣାଇଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନାପାଲି ଓ ବୋଡ଼େନ ଠାରେ ତହସିଲ ଅଫିସ ଥିଲେ ମଧ୍ୟ ଜମି ରେଜିଷ୍ଟ୍ରି ହୋଇ ପାରୁନି। ସେଠାକାର ଲୋକେ ୫୦ ରୁ ୬୦ କିଲୋମିଟର ଦୂର ଖଡ଼ିଆଳକୁ ଆସି ଜମି ରେଜିଷ୍ଟ୍ରି କରୁଛନ୍ତି। ଯାହାଦ୍ଵାରା ସ୍କଟ ବୁକିଂ ରେ ଅସୁବିଧା ଓ ଅନିୟମିତତା ହେଉଛି। ଏହାର ସମାଧାନ ପାଇଁ ଏହି ଦୁଇ ଜାଗାରେ ସବ ରେଜିଷ୍ଟ୍ରାର ଅଫିସ ସ୍ଥାପନ ନିହାତି ଆବଶ୍ୟକ ଓ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। 

Post a Comment

Previous Post Next Post