ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଶ୍ରୀରାମ ଛକ ନିକଟରେ ଏକ ଘରୋଇ ରିଙ୍ଗ କୂଅରେ ପେଟ୍ରୋଲ ବାହାରୁ ଥିବା ଜଣାପଡିଛି। ଉକ୍ତ ପେଟ୍ରୋଲ ନିକଟରେ ଥିବା ପେଟ୍ରୋଲ ପମ୍ପ ରୁ ଲିକେଜ ହୋଇ କୂଅରୁ ବାହାରୁଥିବା ଅନୁମାନ କରାଯାଉଛି। ଯଦ୍ୱାରା ସେହି କୂଅରେ ନିର୍ଭର କରୁଥିବା ସ୍ଥାନୀୟ ଚାରି ପରିବାରର ଜୀବନ ବିପଦରେ ଥିବା ଅଭିଯୋଗ କରି ପେଟ୍ରୋଲ ପମ୍ପ କୁ ସ୍ଥାନାନ୍ତର ଦାବି କରିଛନ୍ତି । ପରିବାର ଲୋକେ ସ୍ନାନ ଶୌଚ କିମ୍ବା ରୋଷେଇବାସ କରିପାରୁ ନଥିବାରୁ ଉପବାସରେ ଥିବା ପ୍ରକାଶ କରିଛନ୍ତି। ପ୍ରାପ୍ତ ଖବର ଅନୁସାରେ ଶ୍ରୀରାମ ଛକ ନିବାସୀ ପ୍ରଶାନ୍ତ କୁମାର, ସୁଶାନ୍ତ କୁମାର,ସନ୍ତୋଷ କୁମାର ଓ ସଚିନ କୁମାର ଙ୍କ ପରିବାର ର ପ୍ରାୟ ପଚିଶୀ ଜଣ ଏକତ୍ରିତ ବାସ କରୁଥିବା ବେଳେ ଘର ଅଗଣାରେ ଥିବା କୂଅ ଉପରେ ପାନୀୟଜଳ ପାଇଁ ନିର୍ଭର କରିଥାନ୍ତି। ଆଜି ସକାଳୁ ପରିବାର ଲୋକେ ସ୍ନାନ ଶୌଚ ପାଇଁ କୂଅ ପାଣି ବ୍ୟବହାର କରିବାରୁ ପେଟ୍ରୋଲ ଭଳି ବାସୁଥିବା ଜାଣିବାକୁ ପାଇଥିଲେ। ପରେ ପାଣିକୁ ଭଲ ଭାବରେ ପରୀକ୍ଷା କରିବାରୁ ପାଣିରେ ପେଟ୍ରୋଲ ମିଶିଥିବା ଜଣାପଡିଥିଲା। ପରେ ସେହି ପାଣିକୁ ନେଇ ନିଆଁ ଲଗାଇବାରୁ ଜଳିଯାଇ ଥିଲା। ପରିବାର ଲୋକେ ଭୟଭୀତ ହୋଇ ପାଣିକୁ ବ୍ୟବହାର ନକରିବା ସହ ଘର ପରିସରରେ ଜାଳେଣି ଗ୍ୟାସ କିମ୍ବା ରୋଷେଇବାସ କରିନଥିଲେ। ଫଳରେ ପରିବାର ଲୋକେ ସ୍ନାନ ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ରୋଷେଇବାସ ବନ୍ଦ ହୋଇପଡିଛି। ବାଧ୍ୟହୋଇ ହୋଟେଲରୁ ଖାଇବାକୁ ଆଣି ପରିବାର ଲୋକେ ଖାଇଥିବା ଜଣାପଡିଛି। ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପେଟ୍ରୋଲ ପମ୍ପ ମାଲିକଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବାକୁ ପରାମର୍ଶ ଦେଇଥିଲେ। ଏନେଇ ପେଟ୍ରୋଲ ପମ୍ପ ମାଲିକ କିଭଳି ସମାଧାନ କରାଯିବ ସେନେଇ ବିଚାର କରୁଥିବା କହିଛନ୍ତି। ଅନ୍ୟ ପକ୍ଷରେ ଏହି ସମସ୍ୟା କେବେ ସମାଧାନ ହେବ ଓ ପରିବାର ଲୋକେ ବିଶୁଦ୍ଧ ପାନୀୟ ଜଳ କେବେ କିପରି ପାଇବେ ଚିନ୍ତାର ବିଷୟ ହୋଇପଡିଛି। ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ପମ୍ପ ମାଲିକ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ ଏବଂ ଏକ ନୂତନ ନଲକୂପ ଖନନ କରିବା ପାଇଁ ଦାବି କରିବା ସହିତ ଉକ୍ତ ପେଟ୍ରୋଲ ପମ୍ପ କୁ ସ୍ଥାନାନ୍ତର କରିବା କୁ ଦାବି କରିଛନ୍ତି। ପ୍ରକାଶ ଯୋଗ୍ୟଯେ ଉକ୍ତ ପରିବାର ଲୋକଙ୍କ ଜୀବନ ବିପଦରେ ଥିବା ବେଳେ କୌଣସି ପ୍ରକାର ବଡଧରଣର ଅଘଟଣ ଘଟିବାକୁ ଏଡାଇ ଦିଆଯାଇ ନପାରେ। ଏଣୁ ଏଥିପ୍ରତି ପ୍ରଶାସନ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବା କୁ ସାଧାରଣରେ ଦାବି କରିଛନ୍ତି।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment