ନୂଆପଡା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଶିବନାରାୟଣପୁର ଗାଁନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀଙ୍କ ଗୁଳିରେ ଏସ୍ଓଜି ଜବାନ ପ୍ରକାଶ ସାଇ ଗୁରୁତର ଆହତ ହୋଇଥିଲେ। ସେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେଠି ଅସ୍ତ୍ରୋପଚାର କରି ଯବାନଙ୍କ ଗଳାରୁ ଗୁଳି କଢ଼ାଯାଇଥିଲା। ଏବେ ସେ ଆଇସିୟୁରେ ଅଛନ୍ତି। ବୁଧବାର ସନ୍ଧ୍ୟାରେ ନୂଆପଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର ହସ୍ପିଟାଲରେ ପହଞ୍ଚି ଆହତ ଯବାନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ଯ କାମନା କରିଛନ୍ତି । ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଭେଟି ଯବାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଏବେ ଯବାନ ଜଣକ ବିପଦମୁକ୍ତ ଓ ସୁସ୍ଥ ଅନୁଭବ କରୁଛନ୍ତି। ଆଉ କିଛି ଦିନ ଚିକିତ୍ସିତ ହେବା ପରେ ସେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଏସ୍ପି କହିଛନ୍ତି।

Post a Comment