ତରବୋଡରେ ରାଧାକୃଷ୍ଣ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଟିତ


ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଗାଁ ରେ ରାଧାକୃଷ୍ଣ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଯାଦବ ତରବୋଡ କେନ୍ଦ୍ର ସଭାପତି କାର୍ତିକ କାଣ୍ଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଯାଦବ ସମାଜ ସଭାପତି ତାରାଚନ ଥପା ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିବା ବେଳେ ଉପସଭାପତି ସଂଚଳ ଶଗରିଆ, ବ୍ଳକ ସମ୍ପାଦକ ଯୋଗେନ୍ଦ୍ର ବାଗ,ବ୍ଲକ ଉପସଭାପତି ପବିତ୍ର ପୋଡ ପ୍ରମୁଖ ସମ୍ମାନିତ ଭାବରେ ଯୋଗଦେଇ ମନ୍ଦିର ନିର୍ମାଣକାରି ବିଶ୍ଵକର୍ମା ଖଗେଶ୍ବର ପ୍ରଧାନ,ଲଳିତ ବନଛୋର ଓ ଗୋବିନ୍ଦ ବନଛୋର ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପୁରନ୍ଧର ଗହିର ଓ ତାଙ୍କ ଧର୍ମପତ୍ନୀ ପାର୍ବତୀ ଗହିର କର୍ତା ଦାୟୀତ୍ ତୁଲାଇ ଥିବା ବେଳେ ମାନଭଞ୍ଜନ ତ୍ରିପାଠୀ ପୂଜକ ଓ ଗଣେଶ ହଂସ ସହାୟକ ଭାବରେ ଥିଲେ । ଆଠ ଅଂଚଳିକ ଯାଦବ ସମାଜ ଦ୍ବାରା ତରବୋଡ ଯାଦବ ଭବନ ଠାରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରା ଯାଇଛି । ଯାଦବ ସମାଜଙ୍କ ଅନୁଦାନରେ ମନ୍ଦିର ନିର୍ମାଣ ହୋଇଛି । ରତ୍ନମୁଦ କାର୍ଯ୍ୟକ୍ରମରେ ଶୁଦ୍ଧାଳୁ ଭକ୍ତ ମାନେ ଧାନ, ଟଙ୍କା, ପଇସା,ସୁନା,ରୂପା ଆଦି ଦାନ କରିଛନ୍ତି ।

Post a Comment

Previous Post Next Post