କଣ୍ଟାବାଞ୍ଜି , ୨୩/୦୫ (ଆଜତକ୍ ଓଡ଼ିଶା) ରକ୍ତ ଦାନ ମହତ ଦାନ । ରକ୍ତର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ମାନବସେବା ହିଁ ଭଗବାନ ସେବା । ଏହି ବାର୍ତାକୁ ନେଇ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ମାଳୀ ସମାଜ କଣ୍ଟାବାଞ୍ଜି ଶାଖା ଯୁବ ସଭାପତି ରାଜୁ ପୁଟେଲ କଣ୍ଟାବାଞ୍ଜି ଡାକ୍ତରଖାନା ସ୍ଥିତ ବିଜୂ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଭିକାରି ପୁଟେଲ ନାମକ ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି । ସେହିପରି ଜଗତ ପୁଟେଲ ନାମକ ରୋଗୀଙ୍କୁ ସୁଷମା ପୁଟେଲ ରକ୍ତଦାନ କରିଥିବା ଜଣାଯାଇଛି । ସମାଜସେବୀ ରାଜୁ ପୁଟେଲଙ୍କ ଏଭଳି କାମ ଯୋଗୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହ ଏଭଳି କାମରେ ସବୁ ସମୟରେ ନିଯୋଜିତ ହେବାକୁ ସମାଜର ବରିଷ୍ଠ ସଦସ୍ୟ ମାନେ ଉପଦେଶ ଦେଇଛନ୍ତି ।

Post a Comment