ବାଲେଶ୍ୱର ରକ୍ତ କେନ୍ଦ୍ରରେ ରକ୍ତଦାନ ଶିବିର ରକ୍ତ ଦାନ କଲେ ୮୩ ସ୍ବେଛାସେବୀ


ବାଲେଶ୍ୱର,୨୮/୫(ଲକ୍ଷ୍ମୀଧର ବାରିକ): ସମ୍ବାଦ-ଆମ ଓଡ଼ିଶା, ଉତ୍କଳା କଳଚୁରାଲ ଏକାଡେମୀ ଓ ହେଲ୍ପିଙ୍ଗ ସୋସାଇଟି ବାଲେଶ୍ୱର ପକ୍ଷରୁ ଏକ ରକ୍ତଦାନ ଶିବିର ରକ୍ତ କେନ୍ଦ୍ର ବାଲେଶ୍ୱର ପରିସରରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ଜିଲ୍ଲା ରକ୍ତଦାତା ସଂଘର୍ ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଓ ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରକ୍ତ ଦାତା ସଂଘର ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଡାକ୍ତର ସତିଶ ଚନ୍ଦ୍ର ଜେନା, ହେଲ୍ପିଙ୍ଗ ସୋସାଇଟି ର ସଭାପତି ହିର୍ତିକ ନାୟକ ଓ ଫାର୍ମାସିଷ୍ଟ ଅଫିସର ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ବାଲେଶ୍ୱର ସହର ଫୁଲ ବଜାରର ଅବଦୁଲ ସଦବ ଖାଁ ଙ୍କ ୩୩ ତମ ଜନ୍ମ ଦିନରେ ଆଜି ୩୩ ଜଣ ରକ୍ତଦାତାଙ୍କୁ ଆଣି ରକ୍ତଦାନ କରିଥିବାରୁ ତାଙ୍କୁ ସାଧୁବାଦ୍ ଦେଇଥିଲେ। ଏହି ଉଦଘାଟନୀ ଉତ୍ସବରେ ଶ୍ରୀ ଖାଁ ଙ୍କ ପିତା ଅବଦୁଲ ରସିଦ ଖାଁ, ସ୍ତ୍ରୀ ରେଶ୍ମା ଖାତୁନ ଓ ଭଉଣୀ ସାହିଲ କାଦିରି ଉପସ୍ଥିତ ଥିଲେ। ଉତ୍କଳା କଲଚୁରାଲର ଅଧ୍ୟକ୍ଷ ବିକ୍ରମ ବାରିକ, ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ, ହେଲ୍ପିଙ୍ଗ ସୋସାଇଟିର ସଭ୍ୟ ଅରୂପ ସାହୁ, ଅବନୀ ଶଙ୍କର ଦାସଙ୍କ ସହ ଉଭୟ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ଵରେ ରକ୍ତ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୮୩ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।

Post a Comment

Previous Post Next Post