କୋମନା ୨୭/୫/(ବିରବଲ ପ୍ରଧାନ)ଛତିଶଗଡ ରାଜ୍ୟ କୋର୍ବା ଜିଲ୍ଲା ଧନ୍ଦାଗଡ ଗାଁରୁ ଆସିଥିବା ମାଟି କଳସି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଳି ଗାଁ ରୁ ରବିବାର ବାହାରି ପ୍ରତ୍ୟେକ ଗାଁ ପରିକ୍ରମା କରି ବୋଡ଼େନ ଗାଦିପୀଠକୁ ଯିବ । ତିଥି ଲଗ୍ନ ଦେଖି ସେହି ମାଟି ଉପରେ ସାହାଜ ଗଛ ଲଗା ହେବ । ସାହାଜ ଗଛରେ ଗୋଣଓ୍ବାନା ମାନଙ୍କ ଇଷ୍ଟଦେବତା ଚତୁର୍ଭୂଜ ବୁଢାଦେଓ ବାସ କରନ୍ତି । ଗୋଣଓ୍ବାନା କଦମ୍ବ ବଂଶୀ ମରକାମ ପରିବାର ମଧ୍ୟରେ ଏକ ସଭାକରି ସର୍ବସମ୍ମତି କ୍ରମେ ଦିନ ଓ ତାରିଖ ଧାର୍ଯ୍ୟ କରି ନିର୍ଦ୍ଦିଷ୍ଟ ତିନି ଜଣଙ୍କୁ ଚୟନ କରିଥିଲେ । କୋମନା ବ୍ଳକ ମରକାମ ପରିବାର ସଭାପତି ଯୋଗୀ ମାଝି, ଗୋଣ୍ଡଓ୍ବାନା ସମାଜ ଜିଲ୍ଲା ସଭାପତି ଦିବ୍ୟସିଂ ମାଝି ଓ ବୋଡେନ ବ୍ଳକ ରୁ ପ୍ରତାପ ମାଝିଙ୍କୁ ଧନ୍ଦାଗଡ ପଠାଇ ସେଠାରୁ ମାଟି ଆଣି କୋମନା ବ୍ଲକ ଅନ୍ତର୍ଗତ ମିଝାପାଳି ଗାଁ ରେ ରଖା ଯାଇଥିଲା । କଦମ୍ବ ବଂଶୀ ମରକାମ ପରିବାର ସଭାପତି ଯୋଗୀ ମାଝିଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ବାଜାବଜାଇ ଏକ କଳସରେ ମାଟିକୁ ଧରି ମିଛାପାଲି ଗାଁ ରୁ ବାହାରି କୋମନା ବ୍ଳକ ର ପ୍ରତ୍ୟେକ ଗାଁ ପରିକ୍ରମା କରୁଛି । ସୋମବାର ବୋଡେନ ବ୍ଲକର ପ୍ରତ୍ୟେକ ଗାଁ ପରିକ୍ରମା କରି ଗାଦିପୀଠକୁ ଯିବ । ଏହି ମାଟି କଳସିକୁ ଗାଁ ପରିକ୍ରମା କରିବା ସହ ଘର କୁ ଘର ଯାଇ ବନ୍ଧାପଣା କରି ସ୍ବାଗତ କରାଯାଉଛି । କଦମ୍ବ ବଂଶୀ ମରକାମ ପରିବାର ଲୋକେ ଉର୍ତ୍ସାହ ର ସହ ଘର ମୁହଁରେ କଳସି ସ୍ଥାପନ କରି ବନ୍ଧାପଣା କରୁଛନ୍ତି । କଦମ୍ବବଂଶୀ ମରକାମ ପରିବାରରେ ପ୍ରତି ୩ ବର୍ଷରେ ଥରେ ଗାଦି ଯାତ୍ରା ଆୟୋଜନ କରିଥାନ୍ତି । ଗତ ବର୍ଷ ଗାଦି ଯାତ୍ରା ହୋଇ ଥିବାରୁ ଆସନ୍ତା ବର୍ଷ ଗାଦି ଯାତ୍ରା ହେବ । ଗାଦି ଯାତ୍ରା ପର୍ଯ୍ୟନ୍ତ ଗଛ ଉଠିଥିବା ଓ ଆସନ୍ତା ବର୍ଷ ସେହି ସାହାଜ ଗଛ ମୂଳେ ଗାଦିଯାତ୍ରା ହେବ ବୋଲି ପ୍ରକାଶ କରିଛନ୍ତି । ଗାଦି ଯାତ୍ରାରେ ଇଷ୍ଟଦେବତା ସହ ସମସ୍ତ ଦେବାଦେବୀଙ୍କୁ ପୂଜା ଅର୍ଜନା କରି ବୋଦା ବଳିଦିଆ ଯାଇଥାଏ । ସେହି ବଳି ବୋଦାକୁ ଆବାଳ ବୃଦ୍ଧ ବନିତା ସମସ୍ତେ ପ୍ରସାଦ ଆକାରେ ଏକାଠି ବସି ଭୋଜନ କରିଥାନ୍ତି । ପ୍ରକାଶଥାଉ କି ଛତିଗତ ରାଜ୍ୟ କୋର୍ବା ଜିଲ୍ଲା ଧନ୍ଦାଗଡ଼ ଗାଁ ରେ ବାର ଭାଇ ମରକାମଙ୍କ ଜନ୍ମ ସ୍ଥାନ । ସେଠାରୁ ଗୋଣଓ୍ବାନା କଦମ୍ବ ବଂଶୀ ମରକାମ ପରିବାରଙ୍କ ଇଷ୍ଟ ଦେବତା ବୁଢାଦେଓ ପୀଠ ରହିଥିବାରୁ ମାଟି ଆଣି ଜିଲ୍ଲାର ଘର କୁ ଘର ବୁଲି ଗାଁ ପରିକ୍ରମା କରି ବୋଡ଼େନ ଗାଦିପୀଠକୁ ଯିବ । ସେଠାରେ ତିଥିଲଗ୍ନ ଅନୁସାରେ ସେହି ମାଟି ଉପରେ ସାହାଜ ଗଛ୍ଥ ଲଗାଯିବ । ସାହାଜ ଗଛରେ ଇଷ୍ଟବେଦତା ଚତୁର୍ଭୂଜ ବୁଢାଦେଓ ବାସ କରନ୍ତି । ଏହି କଥା ପୂର୍ବପୁରୁଷ ମାନେ କହନ୍ତି ବୋଲି ବିଶ୍ବାସ କରି ଧନ୍ଦାଗଡରୁ ମାଟି ଆଣି ପୂର୍ବ ପୁରୁଷଙ୍କ ନିୟମକୁ ପାଳନ କରା ଯାଉଛି । ଯୋଗୀ ମାଝି ମାଟି କଳସି ଧରିଥିବା ବେଳେ ଖିରପାଳ ମାଝି ବୁଢ଼ା ଦେଓଙ୍କ ଫଟୋ ଧରିଛନ୍ତି । ଶୋଭାଚନ୍ଦ୍ର ମାଝି,ଚୈତନ ମାଝି,କେଶବ ମାଝି,ଟଙ୍କଧର ମାଝି,ଗୌରୀଶଙ୍କର ମାଝି,ଜନକ ମାଝି, ପବନ ମାଝି, ଗଙ୍ଗାଧର ମାଝି ପ୍ରମୁଖ ଆୟୋଜନ କରୁଥିବା ବେଳେ ପରମାନନ୍ଦ ମାଝି,କନକ ସିଂ ମାଝି,ଜଳଧର ମାଝି,ଦ୍ଵିତୀଜୟା ମାଝି, ଶ୍ରୀଧର ମାଝି,କୁମୁରା ମାଝି,ସତନ ମାଝି, ଚମ୍ପାଲା ମାଝି, ମୂଳସିଂ ମାଝି,ପର୍ଶୁରାମ ମାଝି, ଦେଓ ତନ ମାଝୀ ପ୍ରମୁଖ ଯୋଗଦାନ କରିଛନ୍ତି ।

Post a Comment