ଖଡ଼ିଆଳ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜ଼ିଲ୍ଲା ଖଡ଼ିଆଳ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ତାଳୁକ ସ୍ତରୀୟ ଆଇନ ପ୍ରାଧିକରଣ ଅଧ୍ୟକ୍ଷ୍ୟ ତଥା ମାନ୍ୟବର ସିଭିଲ ଜର୍ଜ ସିନିଅର ଡିଭିଜନ ସୁଶ୍ରୀ ଚିନ୍ମୟୀ ଜେନା ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତ କୁ ସଫଳ କରିବା ପାଇଁ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସିଭିଲ ଜର୍ଜ ଜୁନିଅର ଡିଭିଜନ ସୁଶ୍ରୀ ରୀତି ତ୍ରିପାଠୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଖଡ଼ିଆଳ ଶାଖା, ଆଜାଦ ଚୌକ ଶାଖା ବ୍ୟାଙ୍କ ଅପ ଇଣ୍ଡିଆ,ଖଡ଼ିଆଳ ୟୁନିୟନ ବ୍ୟାଙ୍କ ଖଡ଼ିଆଳ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଖଡ଼ିଆଳ, ତୁକଲା, ବରଗାଁ ର ଭାରପ୍ରାପ୍ତ ଅଧିକାରୀ ଗଣ ଅଂଶ ଗ୍ରହଣ କରିଥିଲେ । ସିନିଅର ସିଭିଲ ଜର୍ଜ ଅଦାଲତ ର ୧୭ଟି ସିଭିଲ କେଶ ୧ଟି ବ୍ୟାଙ୍କିଙ୍ଗ କେଶ ଫାଇନାଲ ହୋଇ ସମୁଦାୟ 1,95,19739/-ଟଙ୍କା ଆଦାୟ କରାଯାଇଥିଲା ।ସେହିପରି ମାନ୍ୟବର JMFC ତଥା ସିଭିଲ ଜର୍ଜ ଜୁନିଅର ଡିଭିଜନ ଅଦାଲତ ର ୧ଟି ସିଭିଲ ୨୨ଟି କ୍ରିମିନାଲ ଏବଂ ୨ ଟି ପାରିବାରିକ ମାମଲା କେଶ ଫାଇନାଲ ହୋଇଥିଲା । ଉକ୍ତ ଲୋକ ଅଦାଲତ ରେ ବ୍ୟାଙ୍କର ଋଣ ଖିଲାପ ମାନଙ୍କ ଠାରୁ ସମୁଦାୟ ଟ 2,65,000/- ଙ୍କା ଆଦାୟ କରାଯାଇଥିଲା । ଉକ୍ତ ଲୋକ ଅଦାଲତକୁ ସରକାରୀ ଓକିଲ ନରେନ୍ଦ୍ର ମେହେର, ଆଦିତ୍ୟ ମହାପାତ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଓକିଲ ବିରଜା ସିଂ ଦଳପତି, ବରିଷ୍ଠ ଓକିଲ ଦିନେଶ ତିୱାରୀ, ଦୁତିକୃଷ୍ଣ ବେହେରା, ସଞ୍ଜୟ ଦାସ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post