ନୂଆପଡା (ବିରବଲ ପ୍ରଧାନ) ଆଜି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଆବାହାକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ କୋମନା ବ୍ଲକ ଜଡାମୁଣ୍ଡା ବସ୍ ଷ୍ଟପ ନିକଟରେ ଗନିଆରି ଆମ୍ବ ବଗିଚାରେ ଜିଲ୍ଲାସ୍ତରୀୟ ବିଶ୍ଵ ଶ୍ରମିକ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ରୂପେ ଶ୍ରୀ ଯଦୁମଣି ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ମାନିଗୁଡ଼ା ସରପଞ୍ଚ ଶ୍ରୀ ଯୋଗେନ୍ଦ୍ର ବାଗ ତଥା ପୂର୍ବ ସରପଞ୍ଚ ଶ୍ରୀ ଦୟାରାମ ପ୍ରଧାନ ସାମିଲ ହୋଇ ନିଜ ବକ୍ତବ୍ୟ ରଖିଥିଲେ। ନୂଆପଡା ଜିଲ୍ଳା ଏକ ଶ୍ରମିକ ସମସ୍ୟା ବହୁଳ ଦାଦନ ପ୍ରବଣ ଅଞ୍ଚଳ ଅଟେ। ଜିଲ୍ଲାରେ ଦାଦନ ଯନ୍ତ୍ରଣା ର କରୁଣ କାହାଣୀ ଦିନ କୁ ଦିନ ବଢି ଚାଲିଛି। ଦୀର୍ଘ ବର୍ଷ ହେଳା ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ନୂଆପଡ଼ା ଜିଲ୍ଲା ର କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ୍, ଦାଦନ, ମନରେଗା, ନିର୍ମାଣ ତଥା ଅନ୍ୟାନ୍ୟ ଶ୍ରମିକ ମାନଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ଦାବୀ ଓ ଐତିହାସିକ ଆନ୍ଦୋଳନ କରି ଆସୁଛି। କିନ୍ତୁ ଦୁଖ ଓ ଦୁର୍ଭାଗ୍ୟ ର କଥା ଯେ ଶାସନ ଓ ପ୍ରଶାସନ ଆଦୌ କର୍ଣ୍ଣପାତ କରୁନାହାନ୍ତି। ନିଖୋଜ ଓ ମୃତ ଦାଦନ ଶ୍ରମିକଙ୍କ ସରକାର ପାଖରେ କୌଣସି ଖବର ନାହିଁ। ବିଗତ ଦଶ ବର୍ଷ ରେ ଶହ ଶହ ଶ୍ରମିକ ନିଖୋଜ କିମ୍ବା ମୃତ୍ୟୁ ହୋଇଥିଲେ ମଧ୍ୟ କୌଣସି ଖୋଜ ଖବର ନାହିଁ କି କ୍ଷତି ପୂରଣ ଦିଆଯାଇ ନାହିଁ। ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ, ମେସିନ ଜରିଆରେ କାମ, ମାସ ମାସ ଧରି ପାଉଣା ପ୍ରଦାନରେ ବିଳମ୍ବ ହେତୁ ସମ୍ପୂର୍ଣ ବିଫଳ ହୋଇଛି।
ନୂତନ ଜବ୍ କାର୍ଡ ଦିଆଯାଉ ନ ଥିବାରୁ କାର୍ଡ ଧାରି ଙ୍କ ସଂଖ୍ୟା କମି ଚାଳିଛି। ନିର୍ମାଣ ଶ୍ରମିକ ଙ୍କ ନବୀକରଣ ଓ ପଞ୍ଜିକରଣ ଠିକ୍ ଭାବରେ ହୋଇ ପାରୁ ନାହିଁ। ପ୍ରତ୍ୟେକ କାର୍ଯ୍ୟାଳୟ ରେ ଭ୍ରଷ୍ଟାଚାର ଓ ଦୁର୍ନିତୀ ହେତୁ ଶ୍ରମିକ ସମାଜ ର ହଇରାଣ ଓ ଶୋଷଣ ର ସୀମା ନାହିଁ। ମଦ ବେପାର କୁ ସରକାର କୁଟୀର ଶିଳ୍ପ ରେ ପରିଣତ କରିଥିବାରୁ ଗରୀବ ଖଟିଖିଆ ଶ୍ରମିକ ମାନେ ହିଁ ସର୍ବସ୍ବାନ୍ତ ହେଉଛନ୍ତି। କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଶହେ ପ୍ରତିଶତ ବୋନସ ମିଳି ପାରିଲା ନାହିଁ । ଏଣୁ ଜିଲ୍ଲା ର ସମସ୍ତ ବର୍ଗ ର ଶ୍ରମିକ ମାନଙ୍କ ହକ ର ଲଢେଇ କୁ ଆଗାମୀ ଦିନରେ ଆହୁରି ଜୋରଦାର ଭାବରେ ଜାରୀ ରଖାଯିବ । ଦାଦନ ମୁକ୍ତ ନୂଆପଡା, ମଦ ମୁକ୍ତ ନୂଆପଡା, ମରୁଡି ମୁକ୍ତ ନୂଆପଡ଼ା, ଦୁର୍ନୀତି ମୁକ୍ତ ନୂଆପଡା ଓ ବେକାରୀ ମୁକ୍ତ ନୂଆପଡା ପାଇଁ ଆମ ସଂକଳ୍ପ ଓ ଲଢେ଼ଇ ଆରମ୍ଭ ହୋଉଛି ଓ ନିର୍ଣ୍ଣାୟକ ମୋଡ ପହଞ୍ଚିବା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ବିଭିନ୍ନ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ ବୋଲି ଆଜିର ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଆଜିର ବୈଠକ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ପରିଚାଳନା କରିଥିବା ବେଳେ ଶ୍ରମିକ ମାନଙ୍କ ସଚେତନ ପାଇଁ ବିଭିନ୍ନ କଲ୍ୟାଣ କାରୀ ଯୋଜନା ଉପରେ ଶ୍ରମିକ ନେତା ଶ୍ରୀ ଶୁକ୍ଳାମ୍ବର ନିଆଲ ମତ ରଖିଥିଲେ। ଅନ୍ୟତମ ଟ୍ରେଡ ୟୁନିଆନ ନେତା ଶ୍ରୀ ପ୍ରଦୀପ ଦଣ୍ଡସେନା ମହାସଂଘ ଜିଲ୍ଲା ର ଶ୍ରମିକ ମାନଙ୍କ ଲଢେଇ କୁ ଆବାହକ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଧାରାବାହିକ ଭାବରେ ଲଢ଼ି ଆସୁଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଟ୍ରେଡ୍ ୟୁନିଅନ୍ ନେତା ତ୍ସୁଖ ଦେବ ସାହୁ, ଜ୍ଞାନରଞ୍ଜନ ସାହୁ, ବାବୁଲାଲ ମାଝୀ, ଜ୍ଞାନରଞ୍ଜନ ବାଗ, ଅନିରୁଦ୍ଧ ନାଗ, ଭରତ ମାଝୀ, ସୁରେଶ ବେହେରା, ରବୀନ୍ଦ୍ର ସାହୁ, ମାନସ ରଞ୍ଜନ ବଘେଲ, ଯମୁନା ଧରୁଆ, ବଂଶୀ ନିଆଲ, ନିରାକାର ଚିନ୍ଦା, ନିରାକାର୍ ଶବର, ବଳଧର କେତକୀ , କୁଶଲ୍ ସାହୁ, ବୀର ସିଂ ସାହୁ, ଦୋରେଶ୍ୱର୍ ପଟେଲ, ଅନ୍ତରାମ ଜଗତ ପ୍ରମୁଖ ଙ୍କ ସମେତ ତିନି ହଜାର ରୁ ଊର୍ଦ୍ଧ୍ବ କେନ୍ଦୁ ପତ୍ର ତୋଳାଳୀ ମା ଭଉଣୀ, ନିର୍ମାଣ ମନରେଗା, ଦାଦନ ଶ୍ରମିକ, ସିଯିନାଲ୍ ଷ୍ଟାଫ୍ ସାମିଲ ହୋଇଥିଲେ।
Post a Comment