ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆପଡ଼ା ବିଧାନସଭା ପାଇଁ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଆଦିବାସୀଙ୍କ ନାମ ଘୋଷଣା


ନୂଆପଡା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଗୋଡଫୁଳା ଗ୍ରାମ ନିକଟସ୍ଥ ବରଗଛ ତୋଟା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ନୂଆପଡ଼ା ବିଧାନସଭା ପାଇଁ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀତ୍ବ ଦେବା ପାଇଁ ସମସ୍ତ ଦଳକୁ ନିବେଦନ କରାଯାଇଥିବା ବେଳେ ଆଦିବାସୀ ସମୂହ ଏକ ହୋଇ ସ୍ବାଧୀନ ପ୍ରାର୍ଥୀ ରୂପେ ପ୍ରତିନ୍ଦ୍ବନ୍ଦୀତା କରିବା ନେଇ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି। ଘାସିରାମ ମାଝୀ ଦୀର୍ଘ ବର୍ଷ ହେବ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପେ ଦାୟିତ୍ଵ ନିର୍ବାହ କରିଥିଲେ । ତାଙ୍କ ପାଲି ଆସିବାରୁ ତାଙ୍କୁ ଦଳ ଟିକେଟ ଦେଇ ନଥିଲେ ସେହିପରି ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଆଦିବାସୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ଆହ୍ୱାନ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଦେଇ ନାହାନ୍ତି। କଂଗ୍ରେସ ଦଳ ପକ୍ଷ ରୁ ଆଦିବାସୀଙ୍କୁ ଟିକେଟ ଦେବା ସହ ଆଦିବାସୀ କାର୍ଡ ଖେଳିବ ବୋଲି ଅନୁମାନ କରାଯାଉଅଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରାଜନୀତି ସମୀକରଣ ଭିନ୍ନ ଧରଣ ହେବା ଅନୁମାନ କରାଯାଏ।

Post a Comment

Previous Post Next Post