ବିଜେଡିର ସ୍ଵାଗତ ସମ୍ବର୍ଦ୍ଧନା ଓ ସଂକଳ୍ପ ଉତ୍ସବ


ନୁଆପଡ଼ା (ବିରବଲ ପ୍ରଧାନ) ବିଜେଡ଼ି ପ୍ରାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ସଂକଳ୍ପ ସମାବେଶ ନାମରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି।ନୁଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଅନୁଷ୍ଠିତ ଏହି ସମାରୋହରେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କୁ ଦଳୀୟ କର୍ମୀ ଓ ସମର୍ଥକ ମାନେ ବିପୁଳ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏନେଇ ଅନୁଷ୍ଠିତ ସଭାରେ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ସଭାପତିତ୍ବ କରିଥିବା ବେଳେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ତଥା ନୂଆପଡ଼ା ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋଚନା କରି ଶଙ୍ଖ ଛାପରେ ଭୋଟ ଦେବାକୁ ଅପିଲ କରିଥିଲେ। ଉଭୟ ଅଧିରାଜ ପାଣିଗ୍ରାହୀ ଓ ଲମ୍ବୋଦର ନିଆଲ ଓଡ଼ିଶାର ବିକାଶ ପାଇଁ ବିଜେଡ଼ି ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ ଓ ସମସ୍ତେ ଏକ ମନପ୍ରାଣ ଦେଇ ବିଜେଡ଼ିର ବିଜୟ ପାଇଁ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ। ଏଅବସରରେ କଂଗ୍ରେସ ଓ ବିଜେପିର ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଖଡ଼ିଆଳ ମାଆ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ହଜାର ହଜାର ଦଳୀୟ କର୍ମୀ ଏକ ମୋଟର ସାଇକେଲ ରେଲି ରେ ଖଡ଼ିଆଳ ସହର ପରିକ୍ରମା କରି ସଭାସ୍ଥଳକୁ ଆସିଥିଲେ।

Post a Comment

Previous Post Next Post