କେନ୍ଦ୍ରାପଡ଼ା,୩୦/୦୪ (ଆଜତକ୍ ଓଡ଼ିଶା) ପାରାଦୀପ -ହରିଦାସପୁର ରେଳ ଲାଇନ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବାରୁ ବୈଜୟନ୍ତ ପଣ୍ଡାଙ୍କୁ ରେଳ ଲାଇନ ନିର୍ମାଣର ମୁଖ୍ୟ ବିନ୍ଧାଣୀ ବୋଲି ଆଜି ଦୁହୁରିଆ ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦାବି କରିଛି ।ପାରାଦୀପ ବନ୍ଦର ମଧ୍ୟ ଦେଇ କଞ୍ଚା ମାଲ ପରିବହନ ଆମଦାନୀ ଓ ରତ୍ପାନୀର ସୁଗମ ପରିଚାଳନା,କେନ୍ଦ୍ରାପଡ଼ାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଅବଦାନ ଅତୁଳନୀୟ ବୋଲି ବିଜେପି ପକ୍ଷରୁ ଏହି ସମ୍ମିଳନୀରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି ।ଜମି ଅଧିଗ୍ରହଣ ସମସ୍ୟା,ପରିବେଶ ମନ୍ତ୍ରଣାଳୟର ମଞ୍ଜୁରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ନେଇ ପ୍ରକଳ୍ପ ଅଟକି ଥିବା ବେଳେ ୨୦୦୯-୧୦ରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରାଳୟ,ପୂର୍ବତଟ ରେଳବାଇ ସହ ଆଲୋଚନା ପରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା ।୨୦୧୭ ରୁ ୨୦୨୪ ମଧ୍ୟରେ ଶତାଧିକ ସମୀକ୍ଷା ସହ ପ୍ରକଳ୍ପ ଅଂଚଳର ସମୀକ୍ଷା କରି ସେ କେନ୍ଦ୍ରାପଡ଼ା ବାସୀଙ୍କର ବହୁ ଦିନର ସ୍ବପ୍ନକୁ ସାକାର କରିବାରେ ସଫଳ ହୋଇପାରିଥିଲେ ।
ଏହି ପ୍ରକଳ୍ପ ରେଳ ବିକାଶ ନିଗମ ଲିଃ ଆର.ୟୁ. ଏନ.ଏଲ୍ ଓ ଅନ୍ୟାନ୍ୟ କେତେକ କମ୍ପାନୀର ଯୌଥ ଉଦ୍ୟୋଗରେ କରାଯାଇଥିଲା ।ଜମି ଅଧିଗ୍ରହଣ ବେଳେ ନାନା ସମସ୍ୟା ଉପୁଜୁଥିବା ବେଳେ ସେ ଏହାର ସମାଧାନ କରିଥିଲେ ।ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୧-୦୪-୧୯ରେ କେନ୍ଦ୍ରାପଡ଼ାର ପ୍ରଥମ ରେଳ ଲାଇନରେ ରେଳର ଟ୍ରାଏଲ ରନ ହୋଇଥିଲା ।ଦୀର୍ଘ ୧୦ବର୍ଷର ନିରବଚ୍ଛିନ୍ନ ଉଦ୍ୟମ ବଳରେ ୮୨ କିଲୋମିଟର ବ୍ୟାପୀ ଏହି ରେଳ ଲାଇନ କେନ୍ଦ୍ରାପଡ଼ା ବାସୀଙ୍କର ପ୍ରଥମ ରେଳ ଲାଇନ ।ଏହି ପ୍ରକଳ୍ପରେ ୨୦୦୦କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦ କରାଯାଇଥିଲା ।କିଛି ଦିନ ତଳେ ମହାକାଳପଡ଼ାର ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସଂକ୍ରାନ୍ତରେ ଭ୍ରମାତ୍ମକ ତଥ୍ୟ ଦେଇ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛନ୍ତି ବୋଲି ବିଜେପି କହିଛି ।ଦୀର୍ଘ ୧୫ ବର୍ଷ ଧରି ଶକ୍ତି, ସ୍ବାସ୍ଥ୍ୟ,ଓ ଉଚ୍ଚ ଶିକ୍ଷାର ମନ୍ତ୍ରୀ ଦାୟିତ୍ବରେ ଥିବା ଅତନୁ ସବ୍ୟସାଚୀ ଅଳାଇଲୋ ଠାରେ ୨୦୨୪ରେ ତାପଜ ବିଦ୍ୟୁତ ପ୍ରକଳ୍ପ,୨୦୧୯ରେ ଆଖଡ଼ାଶାଳିରେ ନଦୀ ଭିତ୍ତିକ ବନ୍ଦରର ଫଳକ କେବଳ ପ୍ରହସନ ପାଲଟିଛି ବୋଲି ବିଜେପି କହିବା ସହ ହୋଡ଼ିଂରେ ଶିଳ୍ପ,କାରଖାନା ହୁଏ ନାହିଁ ବୋଲି କଟାକ୍ଷ କରିଛି ବିଜେପି ।ମହାକାଳପଡାରେ ଆଜି ପର୍ଯ୍ୟନ୍ତ କୌଣସି ସେତୁ ନିର୍ମାଣ, ପିଇବା ପାଣିର ସୁବିଧା, କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ, ହସ୍ପିଟାଲ, କେନ୍ଦ୍ରାପଡ଼ା କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବାରେ ସମ୍ପୂର୍ଣ ବିଫଳ ବୋଲି ଅତନୁଙ୍କୁ କଟାକ୍ଷ କରିଛି ବିଜେପି ।ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ବାସୀ ଆଶୀର୍ବାଦ ଦେଇ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୪୦୦ପାର ଆହ୍ଵାନରେ କେନ୍ଦ୍ରାପଡ଼ାକୁ ସାମିଲ କରି ବିପୁଳ ସଂଖ୍ୟକ ଭୋଟରେ ଜୟଯୁକ୍ତ କରି ଦିଲ୍ଲୀ ଦରବାରରେ କେନ୍ଦ୍ରାପଡ଼ା ଦାବିକୁ ଯଥାର୍ଥ ଭାବେ ପ୍ରତିନିଧିତ୍ଵ ଓ ଉପସ୍ଫାପିତ କରିବେ ବୋଲି ବିଜେପି ବିଶ୍ବାସ ରଖିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା,ଲୋକସଭା ପରିଚାଳନା କମିଟିର ସଂଯୋଜକ ଉପସଭାପତି ସଞ୍ଜୟ ରଥ,ଲୋକ ସଭା ସଂଯୋଜକ ସୁନାକର ବେହେରା ଓ ମିଡିଆ ସେଲ ପ୍ରମୁଖ ନେହେରୁ କୁମାର ସାହୁ ଉପସ୍ଥିତ ଥିଲେ।
Post a Comment