ନୁଆପଡ଼ା/ବୋଡେନ (ବିରବଲ ପ୍ରଧାନ) ଯେଉଁ ଜାଗାରେ ଯେତିକି ସ୍ୱଚ୍ଛ ନିର୍ମଳ ଜଳ ପିଇବାକୁ ମିଳିଥାଏ ସେହି ସ୍ଥାନର ଲୋକମାନେ ମଧ୍ୟ ସୁସ୍ଥ ସବଲ ରହିଥାନ୍ତି,ହେଲେ ଏଭଳି ଏକ ଅଞ୍ଚଳ ସେହି ସ୍ଥାନରେ ନା ଅଛି ନଳକୂପ ନା ଅଛି ପିଇବା ପାଣିର ସୁବ୍ୟବସ୍ଥା। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନି ପଞ୍ଚାୟତ ସ୍ଥିତ ଉପାନ୍ତ ପାଟଦରା କୁଇମୁଣ୍ଡି ପଡ଼ାର ଦୁଃଖଦ ବିଷୟ।ଉକ୍ତ ଅଞ୍ଚଳର ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ନିଜର ଜୀବନ ଜୀବିକା ନିର୍ବାହ କରନ୍ତି।ପାଟଦରା ଅଞ୍ଚଳବାସୀଙ୍କ ପାଇଁ ନା ଅଛି ସଠିକ୍ ରାସ୍ତା ନା ଅଛି ପିଇବା ପାଣିର ସୁବ୍ୟବସ୍ଥା।ଏହି ଅଞ୍ଚଳର କିଛି ଲୋକ ମାନେ ଏଭଳି ଅବସ୍ଥାରେ ରହୁଛନ୍ତି ଯେ ମୁଣ୍ଡ ଲୁଚାଇବା ପାଇଁ ମଧ୍ୟ ତାଙ୍କ ପାଇଁ କାଠିକର ପାଠ ଅଟେ।ସରକାର ଗାଁ କୁ ଗାଁ ଘରକୁ ଘର ପାଣି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି,ହେଲେ ତାହା କୁଇମୁଣ୍ଡି ପଡ଼ାର ଲୋକଙ୍କ ପାଇଁ ସ୍ବପ୍ନ ହୋଇ ଯାଇଛି।ସରକାରଙ୍କ ଦ୍ଵାରା ଉକ୍ତ ପଡ଼ାର ଲୋକ ମାନଙ୍କୁ ପିଇବା ପାଣିର ସୁବ୍ୟବସ୍ଥା ହୋଇନଥିବାରୁ ବର୍ତ୍ତମାନ ସମୟରେ ମଧ୍ୟ ଏହି ପଡ଼ାର ଲୋକମାନେ ଏକ କିଲୋମିଟର ଦୂରତା ବିଶିଷ୍ଟ ଏକ ନାଲାରୁ ବାଲିଚୁଆ କରି ପାଣି ଆଣି ବ୍ୟବହାର କରୁଛନ୍ତି।ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇଛି ଜେ ସରକାର ଅନେକ ମାଧ୍ୟମରେ ଲୋକ ମାନଙ୍କୁ ଗ୍ରୀଷ୍ମ ପ୍ରବାହ ରୁ ବଞ୍ଚିବା ପାଇଁ ସଚେତନ କରୁଛନ୍ତି,ହେଲେ ଏଇଠି ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି।କାରଣ ନିଜର ଜୀବନ ବଞ୍ଚାଇବା ପାଇଁ ସେହି ସ୍ଥାନର ଲୋକେ ୪୫ ଡିଗ୍ରୀ ତାପମାତ୍ରା ହେବା ପରେ ମଧ୍ୟ ଏକ କିଲୋମିଟର ଦୂରକୁ ଯାଇ ପାଣି ଆଣି ବ୍ୟବହାର କରୁଛନ୍ତି।ଦୁଃଖର ବିଷୟ ଏହାକି ଯେ ଦୀର୍ଘ ଦିନରୁ ଘର ସାମ୍ନାରେ ନଳକୂପ ଖନନ ହୋଇଅଛି ହେଲେ,ତାହା ସଂପୂର୍ଣ୍ଣ ଭାବରେ ନିର୍ମାଣ କରାଯାଈ ନାହିଁ।ପ୍ରକୃତରେ ଏହା ହେଉଛି ବୋଡ଼େନ ଜଳ ଯୋଗାଣ ବିଭାଗର ଅଣଦେଖା।ତେଣୁ ଯଥା ଶୀଘ୍ର ଉକ୍ତ ପଡ଼ାର ଲୋକ ମାନଙ୍କ ପାଇଁ ଜଳର ସୁବ୍ୟବସ୍ଥା କରିବା ପାଇଁ ଉକ୍ତ ପଡ଼ାବାସି ଦାବି କରିଛନ୍ତି।

Post a Comment