କଣ୍ଟାବାଞ୍ଜି ୧୦/୦୪ (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖାର ମିଳିତ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ଅବସରରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିର୍ଝରିଣୀର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମହନ୍ତ ମହାରାଜ ବାବା ଅଦେତୈଚରଣ ଦାସ ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକା ସୁଶ୍ରୀ ସବିତା ଭୋଇ ମୁଖ୍ୟବକ୍ତା, ଶ୍ରୀ ଈଶ୍ୱର ଚନ୍ଦ୍ର ଖମାରୀ,ଡ.ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଅନୁଷ୍ଠାନର ସଂପାଦକ ଶ୍ରୀ ବିରଂଚି ନାରାୟଣ ଦାଶ ସଭା ପରିଚାଳନା, ସହ ସଂପାଦିକା ଅଂଜଳି ମାଝୀ ସ୍ୱ।ଗତ ଭାଷଣ,ଉପସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମାଁ ସରସ୍ବତୀ ଓ ଭାରତ ମାତାଙ୍କ ଫଟୋଚିତ୍ରରେ ପୂଷମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା।ତାପରେ ହିନ୍ଦୁ ନବବର୍ଷ ଓ ଅନୁଷ୍ଠାନର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଜନ୍ମଦିନ ପାଳନ କରାଯାଇଥିଲା।ଏହି ଅବସରରେ ପୋଡପିଠା ଓ ଚକୁଳି ବଣ୍ଟନ କରାଯାଇଥିଲା।ବିରଂଚି ନାରାୟଣ ଦାଶଙ୍କ ଦ୍ଵାରା ସଂପାଦିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ମମତାର ଡୋରି ଓ ସୁଶ୍ରୀ ସବିତା ଭୋଇଙ୍କ ଶିଶୁ କବିତା ସଂକଳନ ଆକାଶକୁ ଯା'ଛୁଇଁ ଉନ୍ମୋଚିତ ହୋଇଥିଲା।ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଦାବ୍ରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଲତା ଧରୁଆ ଓ ଶ୍ରୀ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ତାପରେ କବି ଅନ୍ତର୍ଯ୍ୟାମୀ ବରିହା,ଦୀନବନ୍ଧୁ ବଗର୍ତ୍ତୀ,କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା, ଥମିର ଛତ୍ରିଆ,ନିରୁପମା ମିଶ୍ର, ଅଞ୍ଜଳି ମାଝୀ, ପୂର୍ଣ୍ଣିମା ଖମାରୀ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମମତା ପଣ୍ଡା, ଶ୍ରୀ ଯୁବରାଜ ମେହେର, ଦାମୋଦର ସାହୁ, ରାଜେନ୍ଦ୍ର ସାହୁ,ଡା.ଜଗନ୍ନାଥ ଦାସ ଠାକୁର, କିଶୋର ବରିହା,କୁଳଦୀପ ସାହୁ, ଶଶୀଧର ନିଆଲ , ଶିଶୁ ମନ୍ଦିରର ପ୍ରାଧାନ ଶିକ୍ଷକ ଓ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ।

Post a Comment