ବାଗମୁଣ୍ଡା ରେ କର୍ମା ଜୟନ୍ତୀ ପାଳିତ


ନୂଆପଡ଼ା/କୋମନା (ବିରବଲ ପ୍ରଧାନ) ଆଜି ନୂଆପଡା ଜିଲ୍ଲାର କୋମନା ବ୍ଳକ ଅନ୍ତର୍ଗତ ସିଆଳଲଟି ଗ୍ରାମପଞ୍ଚାୟତ ର ବାଗମୁଣ୍ଡା ଗ୍ରାମରେ ସାହୁ ସମାଜ ପକ୍ଷରୁ କର୍ମା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ପୂଜା ପ୍ରତିବର୍ଷ ୫ ଏପ୍ରିଲ କୁ ପାଳନ କରାଯାଇଥାଏ । ମା କର୍ମା ଦେବୀ ଭଗବାନ ଶ୍ରୀ କୃଷ୍ଣ ଙ୍କ ପରମ ଭକ୍ତ ଥିଲେ । ଭଗବାନ ଶ୍ରୀ କୃଷ୍ଣ କର୍ମା ନିଜର ଭକ୍ତି ଆବେଗ ରେ ସାକ୍ଷାତ ଦର୍ଶନ କରିବାର ସୋଭାଗ୍ୟ ଅର୍ଜନ କରିଥିଲେ । ଏହି ସମୟରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ସମ୍ମୁଖରେ ବସି ଭଗବାନ ଙ୍କୁ ଖୀଚିଡ଼ି ଖୁଆଇଥିଲେ । ଏହି ଦିନ ଠାରୁ ମା କର୍ମା ଜୟନ୍ତୀ କୁ ପୂଜା ଅର୍ଚ୍ଚନା କରିବା ଅନିବାର୍ଯ୍ୟ କରାଯାଇଛି । .ସାହୁ (ତେଲି ) ଜାତି ଦ୍ୱାରା ଶିରୋମଣି ଦେବୀ କର୍ମା ମାତାଙ୍କ ପୂଜା ବହୁତ ଧୂମଧାମ ରେ ପ୍ରତିବର୍ଷ ପାଳନ କରାଯାଇଥାଏ । ଶ୍ରୀ କୃଷ୍ଣ ଙ୍କ ପରମ ଭକ୍ତ କର୍ମା ମାତାଙ୍କ ଜନ୍ମ ଚୈତ୍ର କୃଷ୍ଣପକ୍ଷ ପାପ ମୋଚିନି ଏକାଦଶୀ ରେ ସାହୁ ପରିବାର ରେ ଜନ୍ମ ହୋଇଥିଲା । ଏହି ପର୍ବ କୁ ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ତଥା ଓଡିଶା ରେ ବେଶ ଧୂମଧାମ ରେ ପାଳନ କରାଯାଇଥାଏ । ଏହି ଭାବରେ ବାଗମୁଣ୍ଡା ସାହୁ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ରାଜ୍ୟ ସରକାର ଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋକଳିଆ ମୁଖ୍ୟ ଅଥିତି, ଧନିରାମ ସାହୁ, କାଳିଆ ପ୍ରଧାନ, ଅବନୀ ରଞ୍ଜନ ଯୋଶୀ, ପ୍ରମୋଦ ସାହୁ, ରାମେଶ୍ୱର ସାହୁ, ପମ୍ପୁ ସାହୁ ପ୍ରମୁଖ ସମ୍ମାନିତ ଅଥିତି ଭାବରେ ଯୋଗଦେଇ ମଞ୍ଚାସିନ ହୋଇଥିଲେ l ସମସ୍ତ ଅଥିତି ବୃନ୍ଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଟେକ ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ ଦୁର୍ଯ୍ୟୋଧନ ସାହୁ, କର୍ତ୍ତା ଭାବରେ ଓସରାମ ସାହୁ ଓ ତାଙ୍କ ଧର୍ମପତ୍ନୀ, ପୂଜକ ଭାବରେ ପରମେଶ୍ୱର ଦୁବେ ପୂଜା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ, ରବିଶଙ୍କର ସାହୁ, ଗୁଳାପଚନ୍ଦ୍ର ସାହୁ, ଦିନଦୟାଲ ସାହୁ, ଭୋଳା ସାହୁ, ନବୀନ କୁମାର ସାହୁ, ଲୋକଚନ ସାହୁ, ବିନୋଦ ସାହୁ, ପ୍ରମୁଖ ସମସ୍ତେ ସହଯୋଗ କରିଥିଲେ ।

Post a Comment

Previous Post Next Post