ସିନାପାଲି:୦୬/୦୪ ପ୍ରାଥମିକ ଶିକ୍ଷକଙ୍କ ପ୍ରସଙ୍ଗ ଭିତ୍ତିକ ତାଲିମ୍ ଶିବିର ଶନିବାର ସିନାପାଲି କେଂଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ଆରମ୍ଭ ହୋଇଛି । ଶନିବାର ଓ ରବିବାର ଦୁଇଦିନ ଧରି ହେବାକୁ ଥିବା ଏହି ଶିବିରରେ ଇତିହାସ ଓ ଭୂଗୋଲ ବିଷୟକୁ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ବୋଧଗମ୍ଯ କରିବାକୁ ଶିକ୍ଷକଙ୍କୁ ତାଲିମ ଦିଆଯାଉଛି । ବିଇଓ ଯତୀଂଦ୍ର କୁମାର ସେଠଙ୍କ ସହ ଦୁଇ ଜଣ ଏବିଇଓ ପ୍ରଭାକର ମହାନ୍ତି ଓ ପ୍ରଦୀପ କୁମାର ପଣ୍ତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ଯାଳୟରୁ ପ୍ରାୟ ପଚାଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଉଛନ୍ତି ା ଶିବିରକୁ ସିଆରସିସି ଦିବ୍ୟ ରଞ୍ଜନ ପାଢ଼ୀ ପରିଚାଳନା କରୁଥିବା ବେଳେ ସାଧନା କର୍ମୀ ଭାବରେ ପରେଶନାଥ ପାଣିଗ୍ରାହୀ, ଲୋଚନ ମେହେର, ରାକେଶ ମିଶ୍ର, ଜ୍ଞାନରଞ୍ଜନ ସୁନାନୀ ଉପସ୍ଥିତ ରହି ତାଲିମ ପ୍ରଦାନ କରୁଥିବା ଜଣାପଡ଼ିଛି ।
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment