ଅଭାବୀ ବିକ୍ରି ର ଶିକାର ହେଉଛନ୍ତି ଚାହାଁର ସଂଗ୍ରହକାରି


ନୂଆପଡ଼ା (ପରମେଶ୍ବର ମେହେର) ଅଭାବୀ ବିକ୍ରି ର ଶିକାର ହେଉଛନ୍ତି ଚାହାଁର ସଂଗ୍ରହକାରି ଖରା ବଢିବା ସହିତ ଗଛରେ ପାଚିବା ଆରମ୍ଭ କରିଛି ଚାହାଁର କୋଳି (ଚାର) ।କୋଳିର ମିଠା ପଣରେ ମତୁଆଲା ଲୋକେ।କିଏ ଚାହାଁର ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି। ଚାହାଁର ମଞ୍ଜି ର ଚାହିଦା କାହିଁରେ କେତେ, କିନ୍ତୁ ତାହାର ବଜାର ମୂଲ୍ୟ ବେଶୀ ନଥିବାରୁ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି ସଂଗ୍ରହକାରୀ । ମାର୍ଚ୍ଚ ମାସ ଆରମ୍ଭରେ ଗଛରେ ଚାହାଁର ଫଳିବାକୁ ଆରମ୍ଭ କରେ ଓ ଶେଷ ଆଡ଼କୁ ପାଚିବା ଆରମ୍ଭ ହୁଏ। ନୂଆପଡା ଜିଲ୍ଲା ଖଡ଼ିଆଳ,ବୋଡେ଼ନ ସିନାପାଲି ବ୍ଲକରେ ପ୍ରଚୁର ପରିମାଣରେ ଚାହାଁର ଗଛ ଦେଖିବାକୁ ମିଳିଥାଏ।ଲୋକେ ସକାଳୁ ଉଠି ଚାହାଁର ତୋଳିବାକୁ ଯାଉଛନ୍ତି। କିଏ ଗଛ ଚଢି ତୋଳୁଛି ତ କିଏ ତଳୁ ତୋଳୁଛି। ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷ ମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ କୋଳି ସଂଗ୍ରହ କରୁଛନ୍ତି ।ଚାହାଁର ଶାଖା ଭାଙ୍ଗି ଗୋଟିଏ ଗୋଟିଏ କରି ତୋଳିବାକୁ ପଡେ।ପାଚିଲା କୋଳି ଝଡି ପଡ଼ୁଥିବାରୁ ସଂଗ୍ରହ କରିବାକୁ କାହାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ତ କାହାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ।କିଛି ଲୋକଙ୍କ ନିଜ ଗଛ ଥିବା ବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି କୋଳି ସଂଗ୍ରହ କରିଥାନ୍ତି। ଚାହାଁର କୋଳିର ଉପର ଛାଲି ମିଠା ଲାଗୁଥିବା ବେଳେ ମଞ୍ଜି ଭିତରେ ଥିବା ଗୁଭା ଅତ୍ୟନ୍ତ ସୁସ୍ୱାଦୁ, ଏହି ଗୁଭା ବିଭିନ୍ନ ମିଠା ରେ ଲାଗୁଥିବାରୁ ଏହାର ଚାହିଦା ବେଶୀ।।ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ। ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ଚାହାଁର ସଂଗ୍ରହ କରୁଛନ୍ତି ଲୋକେ।ପରେ ଘରେ ଚାହାଁର କୁ ନେଇ ଶୁଖାଇ ବେପାରୀ ମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମ ହିସାବରେ ଉଚିତ ମୂଲ୍ଯ ପାଉ ନଥିବା ଅଭିଯୋଗ ହୋଇଛି । ବେପାରି ମାନେ କିଲୋଗ୍ରାମ ପ୍ରତି ୨୦ ରୁ ୮୦ ଟଙ୍କା ଦେଇ ଚାହାଁର ମଞ୍ଜି କିଣି ନେଉଛନ୍ତି । ଏହି ମୂଲ୍ୟରେ କିଣି ବେପାରୀ ମାନେ ମାଲେମାଲ ହେଉଥିବା ବେଳେ କ୍ଷତି ସହୁଛନ୍ତି ସଂଗ୍ରହକାରୀ। କିଣିବା ପାଇଁ ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି।ସାଧାରଣତଃ ଲଘୁବନ ଜାତ ଦ୍ରବ୍ଯ ବିକ୍ରୟ ତିନି ପ୍ରକାରରେ ହୋଇଥାଏ।ଯିଏ ଏହା କିଣିବାକୁ ଚାହିଁବ ସେ ଗ୍ରାମ ପଞ୍ଚାୟତ ରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ୧୦୦ଟଙ୍କା ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣି ପାରିବ।ଏମାନେ ପ୍ରାଥମିକ କ୍ରେତା, ଦ୍ଵିତୀୟ ରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ। ଚାହାଁର କୋଳି ଓ ଅନ୍ୟାନ୍ୟ ଲଘୁଜାତ ଦ୍ରବ୍ୟ କ୍ରୟ ପାଇଁ ଓ ଏବେ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା ରହିଛି। ଗତବର୍ଷ ଚାହାଁର କିଲୋଗ୍ରାମ ପ୍ରତି ୩୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏବର୍ଷ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ନିଆ ଯାଇ ନଥିବା ଜଣାପଡ଼ିଛି।

Post a Comment

Previous Post Next Post