ନୁଆପଡ଼ା:- (ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭିମାଖୋଲଠାରୁ ଦାବ୍ରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି। ୨ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁନି। ଅଧା କାର୍ଯ୍ୟ କରି ଠିକାଦାର ଦେଖାଦେଉ ନ ଥିବାବେଳେ ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ୍ଯ ଉନ୍ନୟନ ବିଭାଗ ଖଡ଼ିଆଳ ଦ୍ବାରା ଭିମାଖୋଲ ରାସ୍ତା ଠାରୁ ଡୁମେରଯୋର ୧୫.୮୪୨ କି:ମି ପାଇଁ ୬କୋଟି ୫୮ ଲକ୍ଷ ୨୨ ହଜାର ୮୦ଟଙ୍କା ବ୍ୟୟ ବରାଦ କରାଯାଇଛି। କାର୍ଯ୍ୟ ଆରମ୍ଭ ତା: ୦୪।୦୭।୨୨ ଥିବା ବେଳେ ସମ୍ପୂର୍ଣ୍ଣ ତାରିଖ ୦୩/୦୭/୨୩ ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ରାସ୍ତାର ୧୧ କି.ମି. ରାସ୍ତା ନିର୍ମାଣ ହୋଇଥିବା ବେଳେ ଭିମାଖୋଲଠାରୁ ଦାବ୍ରି ଗ୍ରାମ ପର୍ଯ୍ୟନ୍ତ ୪ କି.ମି. ରାସ୍ତା ଅସମ୍ପୂର୍ଣ୍ଣ ରହିଛି। ୨ ବର୍ଷ ହେଲା ଠିକାଦାର ଅଧା କାର୍ଯ୍ୟ କରି ଛାଡି ଦେଇଛନ୍ତି ଏହା ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଅର୍ଦ୍ଧ ନିର୍ମିତ ରାସ୍ତାର ଧୂଳି ଗୁଣ୍ଡ ଯୋଗୁ ଲୋକେ ଅତିଷ୍ଠ ହେଉଛନ୍ତି। ରାସ୍ତା ଉପରେ ଦାବ୍ରି, ବିକ୍ରମପୁର, କମ୍ପାନୀ ଗୁମା ଓ ଲାଞ୍ଜି ପଞ୍ଚାୟତ ବିଭିନ୍ନ ଗ୍ରାମ ତଥା ବୋଡେନ ବ୍ଲକକୁ ସଂଯୋଗ କରୁଛି। ୨ବର୍ଷ ଧରି ଅର୍ଦ୍ଧନିର୍ମିତ ଅବସ୍ଥାରେ ରାସ୍ତା ପଡିଥିବା ବେଳେ ଏହା ବାବଦରେ ଲୋକେ ଜାଣିଯିବେ ବୋଲି ଫଳକକୁ ସମ୍ପୃକ୍ତ ଠିକା ସଂସ୍ଥା ଧଳା ରଙ୍ଗ ବୋଲି ଦେଇଛି। ଫଳରେ ରାସ୍ତା ବିଷୟରେ ଲୋକେ ଜାଣିପାରୁ ନାହାନ୍ତି। ଜିଲା ପ୍ରଶାସନ ତୁରନ୍ତ ଅର୍ଦ୍ଧ ନିର୍ମିତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ିଆଳ ଅଧୀକ୍ଷଣ ଯନ୍ତ୍ରୀ ଗଜେନ୍ଦ୍ର ପ୍ରଧାନୀଙ୍କୁ ପଚାରିଲେ କାମ ଶୀଘ୍ର ସାରି ଦିଆଯିବ ବୋଲି କହିଛନ୍ତି। କିନ୍ତୁ ନିର୍ବାଚନ ଆଚରଣବିଧ୍ ଆଳ ଦେଖାଇ କିଛି କହିବାକୁ ମନା କରୁଛନ୍ତି।

Post a Comment