ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ


ନୂଆପଡା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦିଆମୁଣ୍ଡା ଉପରପଡା ଯଜ୍ଞମଣ୍ଡପରେ ଷୋହଳ ପ୍ରହରୀ ନାମଯଜ୍ଞ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗତକାଲି ଶୁକ୍ରବାର ଅଧିବାସ ଥିବାରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରା ରେ ଯୋଗ ଦେଇ ଗ୍ରାମ ପରିକ୍ରମା କରି ଗାଁ ଠାରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରି ପୂଜା କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ନୂଆପଡା ଜିଲ୍ଲାର ସାତ ଗୋଟି ସଂକୀର୍ତନ ଦଳ ଯୋଗ ଦେଇଥିବା ବେଳେ ଆଜି ନାମ ଧାରଣ କରି ସୋମବାର ନାମ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । କର୍ତ୍ତା ଭାବେ ଗ୍ରାମର ରାଇସିଂ ଧରୁଆ,ଏବଂ ତାଙ୍କ ଧର୍ମପତ୍ନୀ ହେମକାନ୍ତି ଧରୁଆ ତୁଲାଉଥିବା ବେଳେ ପୂଜକ ଭାବେ ପୁରୋହିତ ତ୍ରିପାଠୀ ପୂଜା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଗ୍ରାମର ବୈକୁଣ୍ଠ ଧରୁଆ, ଭୁବନ ଧରୁଆ, ରୁଦ୍ର ମାଝୀ, ଲୋକନାଥ ସାହୁ, ଚିତରଞ୍ଜନ ସାହୁ, ଛତର ମାଝୀ ଏବଂ ସମସ୍ତ ଗ୍ରାମବାସୀ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।

Post a Comment

Previous Post Next Post